Odia News Portal

ମହଙ୍ଗା ହେଲା ରୁଟି

ଭାରତ ଗହମ ରପ୍ତାନିକୁ ନେଇ କଟକଣା ଲଗାଇବା ପରେ ପଡ଼ୋଶୀ ଦେଶମାନଙ୍କରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଶେଷ କରି ସିଙ୍ଗାପୁରରେ ଏହାର ପ୍ରଭାବ ଅଧିକ ଦେଖାଯାଇଛି। ଗତ ମେ’ ମାସରେ ଭାରତ ଗହମ ରପ୍ତାନି ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାର ପ୍ରଭାବ ବର୍ତ୍ତମାନ ସିଙ୍ଗାପୁରର ହୋଟେଲ ଆଉ ଘରର ରୋଷେଇଶାଳାରେ ପଡ଼ିଛି। ଭାରତ ତାର ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପରେ ସିଙ୍ଗାପୁର ଏବେ କାନାଡ଼ା ଏବଂ ଆମେରିକାରୁ ମଇଦା କିଣିବାକୁ ବାଧ୍ୟ ହେଉଛି। ରିପୋର୍ଟ ଅନୁସାରେ, ସିଙ୍ଗାପୁରରେ ରହୁଥିବା ପଞ୍ଜାବୀ ସଂପ୍ରଦାୟର ଲୋକମାନେ ବିଶେଷ କରି ଗହମ ତିଆରି ରୁଟି ଖାଇବାକୁ ପସନ୍ଦ କରିଥାନ୍ତି। ଏଣୁ ଏବେ ଗହମ ଆସିବା ବନ୍ଦ ହୋଇଯିବା ଫଳରେ ସେମାନେ ଏହାର ପରିଣାମ ଭୋଗୁଛନ୍ତି। ସୁପର ମାର୍କେଟ ଚେନ୍ ଫେୟାରପ୍ରିସ୍ର କହିବା ମୁତାବକ, ଗତ କିଛି ସପ୍ତାହ ମଧ୍ୟରେ ଚାହିଦା ବଢ଼ୁଥିବା ହେତୁ ଗହମ ଅଟାର ଅଭାବ ଦେଖାଦେଇଛି। ଭାରତ ଗହମ ଓ ଅଟା ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ହେତୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି।