Odia News Portal

ଧାମନଗର ଏନଏସିର ୬ଟି ବୁଥରେ ଆଜି ପୁନଃ ମତଦାନ

ଆଜି ଭଦ୍ରକ ଜିଲ୍ଲା ଧାମନଗର ଏନ୍ଏ‌ସିର ୬ଟି ବୁଥରେ ହେବ ପୁନଃ ମତଦାନ। ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ମତଦାନ। ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ଏସ୍‌ପିଙ୍କ ନେତୃତ୍ୱରେ ଧାମନଗର ସହର ତଥା ବଜାରରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି । ୧୧ପ୍ଲାଟୁନ ଫୋର୍ସ, ୪ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର, ଏସଆଇ ଓ ଏଏସଆଇ ୨୦ଜଣ ନିୟୋଜିତ ହୋଇଛନ୍ତି। ଗତମାସ ୨୪ରେ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୪ଟି ଓ୍ୱାର୍ଡ଼ ଅନ୍ତର୍ଗତ ୬ଟି ବୁଥରେ ମତଦାନ ବେଳେ ହିଂସାକାଣ୍ଡ ହୋଇଥିଲା। କିଛି ଅସାମାଜିକ ବ୍ୟକ୍ତି ଅତର୍କିତ ଭାବେ ବୁଥ୍ ଭିତରେ ପହଞ୍ଚି ମାରପିଟ୍ ଓ ଭଙ୍ଗାରୁଜା କରିଥିଲେ। ଏପରିକି ଇଭିଏମକୁ ମଧ୍ୟ ଭାଙ୍ଗି ଦିଆଯାଇଥିଲା। ଏହାସହ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଛୁରାମାଡ଼ ହୋଇଥିଲା। ଏଥିଯୋଗୁ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୩, ୮, ୯, ୧୬, ୧୭ ଓ ୧୮ ନମ୍ବର ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଥିଲା । ଅଧିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ସେଠାରେ ମତଦାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଥିଲା।