Odia News Portal

ମେ’ ୩୧ରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ

ବାଜିଲା ବ୍ରଜଗରାଜନଗର ବିଧାନସଭା ଉପନିର୍ବାଚନ ବିଗୁଲ । ମେ’ ୩୧ ତାରିଖରେ ନିର୍ବାଚନ । ମେ’ ୪ରେ ପ୍ରକାଶ ପାଇବ ବିଜ୍ଞାପନ । ମେ’ ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ । ୧୨ରେ ଯାଞ୍ଚ ଓ ୧୬ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର । ଜୁନ ୩ ତାରିଖରେ ଭୋଟ ଗଣତି । କିଶୋର ମହାନ୍ତିଙ୍କ ପରଲୋକ ପରେ ଖାଲି ପଡିଥିଲା ଏହି ବିଧାନସଭା ଆସନ ।

ଏହାସହ କେରଳର ଥ୍ରୀକ୍କାକରା ଏବଂ ଉତ୍ତରାଖଣ୍ଡର ଚମ୍ପାଓ୍ବତରେ ସମାନ ତାରିଖରେ ଉପନିର୍ବାଚନ ହେବ । ଉତ୍ତରାଖଣ୍ଡରେ ନାମାଙ୍କନପତ୍ର ପ୍ରତ୍ୟାହାର ତାରିଖ ମେ’ ୧୭ ବଦଳରେ ମେ’ ୧୭ ରଖାଯାଇଛି । କାରଣ ମେ’ ୧୬ରେ ଉତ୍ତରାଖଣ୍ଡରେ ବୁଦ୍ଧ ପୂର୍ଣ୍ଣିମା ରହୁଛି ।

ତିନି ରାଜ୍ୟର ତିନି ବିଧାନସଭା ଆସନ ପାଇଁ କେନ୍ଦ୍ର ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି ।