Odia News Portal

ଏ ବର୍ଷ ଶୀତ ଦିନେ ଉଷ୍ମ

ଭୁବନେଶ୍ବର () : ଏବର୍ଷ ସ୍ବାଭାବିକ ଶୀତ ଅନୁଭୂତ ହେବ ନାହିଁ । ଡିସେମ୍ବର ପର୍ଯ୍ୟନ୍ତ ସ୍ବାଭାବିକ ଶୀତ ଅନୁଭୁତ ହେବନି  । ଅକ୍ଟୋବର ଓ ନଭମ୍ବରରେ ଦିନରେ ତାପମାତ୍ରା ଅଧିକ ରହିବ । ଜାନୁଆରୀଠାରୁ ସ୍ବାଭାବିକ ଶୀତ ଅନୁଭୂତ ହେବ । ଏବେ ତାପମାତ୍ରା ଯେପରି ରହିଛି ଡିସେମ୍ବର ମାସ ପର୍ଯ୍ୟନ୍ତ ସେହିପରି ତାପମାତ୍ରା ରହିବ । ଏଲନିନୋ ପ୍ରଭାବ ଯୋଗୁଁ ଏଥର ଭାରତରେ ଶୀତଋତୁ ଅପେକ୍ଷାକୃତ ସାମାନ୍ୟ ଉଷ୍ମ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ପ୍ରଶାନ୍ତ ମହାସାଗରରେ ଧୀରେ ଧୀରେ ଏଲନିନୋ ପ୍ରକ୍ରିୟା ସୃଷ୍ଟି ହେଉଥିବାରୁ ଜୁନ ଶେଷ ସପ୍ତାହରୁ ସେପ୍ଟେମ୍ବର ମାସ ମଧ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି । ଏହି ଏଲନିନୋ ଧୀରେ ଧୀରେ ଆରବସାଗର ଆଡକୁ ଅଗ୍ରସର ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ଏଥର ଭାରତରେ ଶୀତଋତୁ ସ୍ବାଭାବିକ ଠାରୁ ଉଷ୍ମ ରହିବ। ଏଲନିନୋ ବିକିରଣ କାରଣରୁ ମହାସାଗରର ପାଣି ଅପେକ୍ଷାକୃତ ଉଷ୍ମ ହୋଇଯିବ ।

ଗତ ବର୍ଷର ସ୍ବାଭାବିକ ଶୀତ ଋତୁ ଠାରୁ ଏବର୍ଷ ଶୀତ ଋତୁ ସାମାନ୍ୟ ଉଷ୍ମ ରହିବ । ପାଣିପାଗ ବିଶେଷଜ୍ଞଙ୍କ ମତରେ ଏଲନିନୋ ଏକ ସ୍ବାଭାବିକ ପ୍ରାକୃତିକ ପ୍ରକ୍ରିୟା । ଏହା ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଦାନା ବାନ୍ଧି ନାହିଁ। ଏହା ଧୀରେ ଧୀରେ ଦାନା ବାନ୍ଧୁଛି । ଥରେ ଏହା ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଗଲା ପରେ ଏହାର ପ୍ରଭାବ ଭାରତରେ ନଭେମ୍ବର ଓ ଡିସେମ୍ବର ମାସର ଶୀତ ଉପରେ ପଡ଼ିବ l