Odia News Portal

ପୁଣି ଭେଜାଲ ସିମେଣ୍ଟ କାରଖାନା ଠାବ

କଟକ: କଟକରେ ପୁଣି ନକଲି ସିମେଣ୍ଟ କାରଖାନା ଠାବ| ଆଜି ସକାଳେ ଏହି ନକଲି କାରଖାନା ଉପରେ ଚଢାଉ କରିଥିଲା ପୋଲିସ । କଟକ ଜଗତପୁର ଖଇରା ପୋଲ ନିକଟରୁ ଅପମିଶ୍ରିତ ସିମେଣ୍ଟ କାରଖାନା ଠାବ ହୋଇଛି। ଜଗତପୁର ପୋଲିସ ଏସିପି ଯୋନ-୧ଙ୍କ ନେତୃତ୍ୱରେ କାରଖାନା ଉପରେ ଚଢ଼ାଉ କରି ଗୋଟିଏ ସିମେଣ୍ଟ ବୋଝେଇ ଟ୍ରକ ଜବତ କରିବା ସହିତ କାରଖାନାରୁ ବିପୁଳ ପରିମାଣର ସିମେଣ୍ଟ,ତିଆରି ସାମଗ୍ରୀ ଜବତ କରିଛି ପୋଲିସ।

ସୂଚନା ଅନୁଯାଇ, ଆଜି ପୋଲିସ ବକ୍ସି ବଜ଼ାର ଅଞ୍ଚଳରେ ଚଢାଉ କରିଛି । ସଞ୍ଜୟ ଭୋଳ ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନ ଧରି ନକଲି ସିମେଣ୍ଟ କାରଖାନା ଚଳାଇ ଆସୁଥିଲେ |ସଞ୍ଜୟ ଏଠାରେ ଅଲଟ୍ରାଟେକ ସିମେଣ୍ଟ ନାଁରେ ନକଲି କରାଖାନା କରି ବେଧଡ଼କ ବେପାର ଚାଲିଥିଲା । ବଜାରକୁ ଅପମିଶ୍ରିତ ସାମଗ୍ରୀ ମଧ୍ୟ ଛାଡୁଥିଲେ । ଯାହାର ଖବର ପାଇବା ପରେ କମିଶନରେଟ୍‌ ପୋଲିସ କଡ଼ା ନଜର ରଖିଥିଲା । ଏହି ପ୍ରରିପେକ୍ଷୀରେ ଆଜି ଉକ୍ତ କାରଖାନରେ ଚଢାଉ କରିଛି କମିଶନରେଟ୍‌ ପୋଲିସ ।ଏହି ସଂକ୍ରାନ୍ତରେ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଚିଥିଲା ।

ପୂର୍ବରୁ ଅନେକ ଥର ବିଭିନ୍ନ ନକଲି ସାମଗ୍ରୀ ଜବତ କରିଛି ପୋଲିସ । ଏହି ଘଟଣାରେ ଅନେକ ବ୍ୟକ୍ତି ଗିରଫ ମଧ୍ୟ ହୋଇଛନ୍ତି । ତଥାପି କଟକରୁ ଭେଜାଲ ସାମଗ୍ରୀ ଏବଂ ନକଲି ସାମଗ୍ରୀ ବିକ୍ରୟ ଉପରେ ରୋକ ଲାଗି ପାରୁ ନାହିଁ । ଅନାୟସରେ ବଜାରରେ ଚାଲିଛି ନକଲି ସାମଗ୍ରୀର ବିକ୍ରି ।