Odia News Portal

୨ ବଡ଼ପୁଅଙ୍କ ସହ ମିଶି ସାନପୁଅକୁ ମାରିଦେଲା ବାପା

କନ୍ଧମାଳ: ସଇତାନ ସାଜିଲା ବାପା । ନିଜ ଜନ୍ମକଲା ପୁଅକୁ ମାରି ପୋତିଦେଲା । ଦୁଇ ବଡ଼ପୁଅଙ୍କ ମିଶି ସାନପୁଅ ହତ୍ୟା କରିଛି ବାପା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପାଙ୍ଗୁରିମିଲା ଗାଁରୁ ଆସିଛି ଏଭଳି ଖବର । ପୋଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି । ସେପଟେ ୨ ପୁଅଙ୍କ ସହ ବାପାକୁ ଗିରଫ କରିଛି ।

ସୂଚନାନୁଯାୟୀ, ବାଲିଗୁଡ଼ା ଥାନା ପାଙ୍ଗୁରୁମିଲା ଗାଁର ଭୂଷ୍କର ପୂଜାରୀ ଓ ତାଙ୍କର ଦୁଇ ପୁଅ ପ୍ରଫୁଲ ପୂଜାରୀ ଓ ଜମ୍ବେବ ପୂଜାରୀଙ୍କ ସହ ମିଶି ତାଙ୍କ ସାନ ପୁଅ ଚୈତନ୍ୟ ପୂଜାରୀଙ୍କୁ ହତ୍ୟା କରିଛନ୍ତି। ପାରିବାରିକ କଳହକୁ କେନ୍ଦ୍ର କରି ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଉଭୟ ବାପ-ପୁଅ ମିଶି ସାନ ଭାଇକୁ ନିଜ ଘରେ ହତ୍ୟା କରିବା ପରେ ଗାଁ ନିକଟସ୍ଥ ଭୁଶୁକୁଟି ଜଙ୍ଗଲରେ ଟାଙ୍ଗି ଦେଇଥିଲେ। ଏହି ଘଟଣା ପ୍ରଘଟ ହେବାରୁ ଦୋଷ ଲୁଚାଇବାକୁ ଉଭୟ ବାପ-ପୁଅ ଚୈତନ୍ୟଙ୍କୁ ମାଟି ତଳେ ପୋତି ଦେଇଥିଲେ। ତେବେ ଘଟଣାଟି ଲୋକଲୋଚନକୁ ଆସିବା ପରେ ଗ୍ରାମବାସୀମାନେ ପୋଲିସକୁ ଖବର ଦେଇଥିଲେ। ବାଲିଗୁଡା ପୋଲିସ ଓ ମାଜିଷ୍ଟ୍ରେଟ୍ ଶଶାଙ୍କ ଶେଖର ପାତ୍ରଙ୍କ ଉପସ୍ଥିତିରେ ମୃତଦେହ ପୋତିଥିବା ଜାଗା ଚିହ୍ନଟ କରିଥିଲେ ଅଭିଯୁକ୍ତ ବାପା। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ମେଡିକାଲକୁ ପଠାଇଛି। ଉଭୟ ଅଭିଯୁକ୍ତ ବାପ-ପୁଅ ୩ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି ପୋଲିସ।