Odia News Portal

ମଦ ନିଶାରେ ଝିଅକୁ ଦୁଷ୍କର୍ମ କଲା ସଇତାନ ବାପା

ମଦ ନିଶାରେ ନିଜ ଜନ୍ମ କଲା ଝିଅକୁ ଦୁଷ୍କର୍ମ କଲା ବାପା । ଆଉ ଲୋକ ଲଜ୍ଜାରେ ଜୀବନ ହାରି ଦେଲା ଝିଅ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଉତ୍ତର ପ୍ରଦେଶର ବନ୍ଦା ଜିଲ୍ଲାର ମରକା ଥାନା ଅଞ୍ଚଳରୁ । ଏଠାରେ ଏକ ଗାଁରେ ଜଣେ ବ୍ୟକ୍ତି ମଦ ନିଶାରେ ଝିଅକୁ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି । ଏହା ପରେ ଝିଅଟି ଦଉଡ଼ି ଦେଇ ଆତ୍ମହତ୍ୟା କରିଛି । ଏହି ଘଟଣାରେ ପରିବାର ତରଫରୁ ଥାନାରେ ମାମଲା ରୁଜୁ କରାଯିବା ପରେ ଦୁଷ୍କର୍ମକାରୀ ବାପାକୁ ପୋଲିସ ଗିରଫ କରିଛି । ବନ୍ଦାର ପୋଲିସ ଅଧୀକ୍ଷକ ଲକ୍ଷ୍ମୀ ନିବାସ ମିଶ୍ର ଶନିବାର କହିଛନ୍ତି, ମରକା ଥାନା ଅଞ୍ଚଳର ଗାଁର ଜଣେ ବ୍ୟକ୍ତି ମଦ ନିଶାରେ ଚୁର୍ ହୋଇ ନିଜ ୧୮ ବର୍ଷର ଝିଅ ସହ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି ।

ଏହା ପରେ ଝିଅ ଆତ୍ମହତ୍ୟା କରି ନେଇଛି । ପରିବାର ଲୋକଙ୍କ ଅଭିଯୋଗ ପରେ ଅଭିଯୁକ୍ତ ବାପାକୁ ଗିରଫ କରାଯାଇଛି ଓ ଏବେ ମାମଲାର ତଦନ୍ତ ଚାଲିଛି । ମଦୁଆ ବାପା ସବୁ ଦିନ ମଦ ପିଇ ଘରକୁ ଆସି ପାଟି ତୁଣ୍ଡ କରିଥାଏ । ଗୁରୁବାର ବି ସେ ମଦ ପିଇ ଘରକୁ ଆସିଥିଲା । କିନ୍ତୁ ମଦ ନିଶାରେ ସେ ନିଜ ଝିଅ ଉପରେ ବି ଖରାପ ନଜର ପକାଇଥିଲା । ଘରେ କେହି ନଥିବାରୁ ଏକୁଟିଆର ସୁଯୋଗ ନେଇ ନିଜ ଝିଅ ସହ ବଳାତ୍କାର କରିଥିଲା ଏହି ପିଶାଚ ବାପା । ଝିଅ ଯେତେ ନେହୁରା ହେଲେ ବି ସେ ଶୁଣି ନଥିଲା । ଶେଷରେ ଶରୀର ସୁଖ ମେଣ୍ଟି ଯିବା ପରେ ସେ ଝିଅକୁ ଛାଡ଼ିଥିଲା । ସୁରକ୍ଷା ଦେଉଥିବା ବାପା ଯେତେବେଳେ ଇଜ୍ଜତ ଲୁଟିଲା, ଆଉ କାହାକୁ କହିଥାନ୍ତା ଝିଅ । ଏହି କଥାକୁ ସେ ସହ୍ୟ କରିପାରିନଥିଲା । ଶୁକ୍ରବାର ହିଁ ସେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲା । ଏହି ଘଟଣାରେ ପରିବାର ତରଫରୁ ଥାନାରେ ମାମଲା ରୁଜୁ କରାଯିବା ପରେ ଆଜି ଦୁଷ୍କର୍ମକାରୀ ବାପାକୁ ପୋଲିସ ଗିରଫ କରିଛି ।