Odia News Portal

ସେରମ୍‌ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ

ପୁଣେ: ମହାରାଷ୍ଟ୍ରର ପୁଣେରେ ଥିବା ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆର ଟର୍ମିନାଲ ୧ ଗେଟ୍‌ରେ ଅଗ୍ନିକାଣ୍ଡ। ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚିଥିବା ବେଳେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଦମକଳ ବାହିନୀର ୮ଟି ଗାଡି ନିଆଁ ଲିଭାରେ ନିୟୋଜିତ ।

ତେବେ ଆଶ୍ୱସ୍ତିକର ଖବର ହେଉଛି ଯେ, ଟିକା ପ୍ରସ୍ତୁତ ହେଉଥିବା କୋଠାରେ ନିଆଁ ଲାଗିନାହିଁ । କିଛି ଦିନ ତଳେ ଏହି ସେରମ୍ ଇନଷ୍ଟିଚ୍ୟୁଟର କୋଭିଡ୍ ଟିକା କୋଭିସିଲ୍ଡ ସାରା ଦେଶକୁ ପଠାଯାଇଥିଲା। ଏହାପରେ ସାରା ଦେଶରେ କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ ଟିକାକୁ କୌଣସି ପ୍ରକାର କ୍ଷତି ହୋଇନଥିବା ଖବର ମିଳୁଛି।