Odia News Portal

ପ୍ରଥମ ଓଡ଼ିଆ ଭାବେ ରାଫେଲ ଯୁଦ୍ଧ ବିମାନ ଉଡ଼ାଇଛନ୍ତି ଡିକେ ପଟ୍ଟନାୟକ

ପ୍ରଥମ ଓଡ଼ିଆ ଭାବେ ରାଫେଲ ଯୁଦ୍ଧ ବିମାନ ଉଡ଼ାଇଛନ୍ତି ଡିକେ ପଟ୍ଟନାୟକ । ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ମୁଖ୍ୟ ଏୟାର ମାର୍ଶଲ ଥିବା ଡିକେ ପଟ୍ଟନାୟକ ପଶ୍ଚିମବଙ୍ଗର ହାସିମାରା ଏୟାରବେସ୍‌ରୁ ରାଫେଲ ଉଡ଼ାଇଚନ୍ତି ‌। ଫ୍ରାନ୍ସ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ ଚୀନ ଓ ପାକିସ୍ତାନର ମୁକାବିଲା ପାଇଁ ଭାରତର ମୁଖ୍ୟ ଅସ୍ତ୍ର ପାଲଟିଛି । ଭାରତ ୯.୪ ବିଲିୟନ ଡଲାର (ପ୍ରାୟ ୬୦,୦୦୦ କୋଟି)ରେ ୩୬ଟି ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସ ଠାରୁ କିଣିଥିଲା । ଏହି ଯୁଦ୍ଧ ବିମାନ ସାମିଲ ହେବା ପରେ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଛି ।