Odia News Portal

ପ୍ରତାପ ଜେନାଙ୍କ ସମେତ ୪ ବିଜେଡି ନେତା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବଢ଼ି ଚାଲିଛି | ରାଜ୍ୟରେ ଆଜି ୧୧ ହଜାର ପାର ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା |ଆଉ ଏହି ମଧ୍ୟରେ ବିଜେଡ଼ି ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ଚାରି ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟ୍ଵିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।

ସଂକ୍ରମିତ ଚିହ୍ନଟ ହୋଇଥିବା ଚାରି ବିଜେଡି ନେତା ହେଉଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ବିଧାୟକ ରଘୁନାଥ ଗମାଙ୍ଗ ଓ ଦଳର ବରିଷ୍ଠ ନେତା ତଥା ବିଧାୟକ ପ୍ରଫୁଲ୍ଲ ସାମଲ କୋଭିଡ୍ ସଂକ୍ରମିତ ହୋଇଛନ୍ତି। ସମସ୍ତଙ୍କ ଉତ୍ତମ ସ୍ଵାସ୍ଥ୍ୟ ଓ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜୟଶ୍ରୀ ରାଉତରାୟ କୋଭିଡ୍ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗତ ବର୍ଷ ମଧ୍ୟ ବିଜୟଶ୍ରୀ ରାଉତରାୟ କରୋନା ସଂକ୍ରମିତ ହୋଇଥିଲେ। ପ୍ରଫୁଲ ସାମଲ ହୋମ ଆଇସୋଲେସନରେ ରହିଥିବା ସୂଚନା ମିଳିଛି।