Odia News Portal

ସାଂସଦ ଅପରାଜିତାଙ୍କୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ୪ ପ୍ରଶ୍ନ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ବାଇ-ଲ ପ୍ରସଙ୍ଗରେ ପୁଣି ଟାର୍ଗେଟରେ ଭୁବନେଶ୍ୱର ସାଂସଦ। ବାଇ-ଲ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଢଙ୍ଗୀଙ୍କୁ ୪ଟି ପ୍ରଶ୍ନ ପଚାରିଛନ୍ତି ଅଶୋକ ପଣ୍ଡା । କହିଛନ୍ତି, ସଂସଦରେ ଏହି ପ୍ରସଙ୍ଗ ଉଠାଇ ପାରିଥାନ୍ତେ ସାଂସଦ । ସଂସଦ ଠାରୁ ବଡ ଫୋରମ ଆଉ କଣ ଅଛି, ସେଠାରେ ସବୁ ସାଂସଦ ନିଜ ଅଂଚଳର ସମସ୍ୟା ଉଠାଇଥାନ୍ତି, ଭୁବନେଶ୍ୱର ସାଂସଦ ଚାହିଁଥିଲେ ଏକ୍ରାମ କ୍ଷେତ୍ରର ବିକାଶରେ ବାଧା ସୃଷ୍ଟି କରୁଥିବା ବାଇ-ଲ ପ୍ରସଙ୍ଗ ଉଠାଇ ପାରିଥାନ୍ତେ ।

କେବଳ ଏତିକି ନୁହେଁ ବିଜୁ ଜନତା ଦଳ ଓ ବିଜେପି ଦଳର ସାଂସଦ ମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ, କିନ୍ତୁ ସେଠାରେ ସାଂସଦଙ୍କୁ ଦେଖିବାକୁ ପାଇନଥିବା କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ସାଂସଦମାନେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଭେଟିଲେ, କିନ୍ତୁ ନିର୍ଦ୍ଦେଶ ସତ୍ତ୍ବେ ସେଠାକୁ ଆସିନଥିଲେ ଅପରାଜିତା ଷଡଙ୍ଗୀ । ଯାହା ଦୁର୍ଭାଗ୍ୟଜନକ ବୋଲି ଅଶୋକ ପଣ୍ଡା କହିଛନ୍ତି । ସେପଟେ ଅଶୋକ ପଣ୍ଡାଙ୍କ ପ୍ରଶ୍ନର ଉତର ଦେବା ବଦଳରେ ପାଲଟା ସେ କରିଥିବା ପ୍ରଶ୍ନର ଉତ୍ତର ମାଗିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ଅନ୍ୟପକ୍ଷେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ୪ ପ୍ରଶ୍ନରେ ସଂସଦ ଅପରାଜିତାଙ୍କୁ ଲିଖିତ ପ୍ରତିକ୍ରିୟା | ସାଂସଦ ଅପରାଜିତା କହିଛନ୍ତି, ଫେବୃଆରୀ ୧୫ ତାରିଖରେ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ କରିଥିଲି | ରାଜ୍ୟ ସରକାରଙ୍କ ଠାରୁ ଏନେଇ ଉତ୍ତର ଅପେକ୍ଷାରେ ରହିଛି | ମୋ ୫ ପ୍ରଶ୍ନର ଉତ୍ତର ପାଇବା ପରେ ସବୁ ପ୍ରଶ୍ନର ଉତ୍ତର ଦେବି |ରାଜ୍ୟ ସରକାରଙ୍କ ସବୁ ମନ୍ତ୍ରୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବି ବୋଲି କହିଛନ୍ତି ଅପରାଜିତା |