Odia News Portal

ହାଇଦର ଫେରାର୍ ପଛରେ କିଏ ଅସଲ ଆସାମୀ?

*ଅଡୁଆ ସୂତାର ଖିଅ ଖୋଜିବାରେ ବ୍ୟସ୍ତ ପୋଲିସ |
*ଅନ୍ୟପଟେ ପରିବାର ଉପରେ ଉଠିଲା ଆଙ୍ଗୁଳି |

କଟକ: ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍ ଘଟଣାକୁ ନେଇ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି ସେଦିନ ସୁରକ୍ଷା ଦାୟିତ୍ୱରେ ଥିବା କନେଷ୍ଟବଳ ମହମ୍ମଦ ମୋୖସିମ। କନେଷ୍ଟବଳଙ୍କ ଏତଲା ଅନୁଯାୟୀ ହାଇଦର ଫେରାର ହେବା ଦିନ ତାଙ୍କୁ ତାଙ୍କ ପୁଅ ଓ ଜ୍ୱାଇଁ ଭେଟିବାକୁ ଆସିଥିଲେ । ଏହି ଏତଲା ପରେ ଏବେ ପୋଲିସ ହାଇଦରଙ୍କ ପୁଅ ଓ ଜ୍ୱାଇଁଙ୍କୁ ଜେରା କରିପାରେ | ହାଇଦରକୁ ତାର ପରିବାର ଲୋକ ମିଶି ଫେରାର କରିଥିବା ଅଭିଯୋଗ କରିଛନ୍ତି କନଷ୍ଟେବଳ ମୋୖସିମ |

ଅନ୍ୟପଟେ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍ ମାମଲାରେ ପୋଲିସ ତନାଘନା ଚଳାଇଥିବା ବେଳେ ହାଇଦରର ମୁଖ୍ୟ ସହଯୋଗୀ କୁହାଯାଉଥିବା ୟାକୁବ୍ ଖାଁ କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି । ସେ କଟକ ବଡମେଡିକାଲରେ ହାଇଦରକୁ ବାରମ୍ବାର ଭେଟି ବିରିୟାନୀ ଖାଇବାକୁ ଦେଇଥିବା କଥା ମାନିଥିବା ବେଳେ ହାଇଦର ଫେରାର୍ ହେବା ନେଇ ସେ କିଛି ଜାଣି ନଥିବା କହିଛି ।