Odia News Portal

ହାତ ଛାଡିଲେ ତିର୍କୀ

କଂଗ୍ରେସ ଛାଡିଲେ ଜର୍ଜ ତିର୍କୀ । ସୁନ୍ଦରଗଡ ଜିଲ୍ଲା ସଭାପତି ପଦରୁ ଜର୍ଜ ତିର୍କୀ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ଯୋର ଧରିଛି । ଜାତୀୟ କଂଗ୍ରେସର ସୁନ୍ଦରଗଡ ଜିଲ୍ଲା ସଭାପତି ଥିଲେ ଜର୍ଜ । ଚାରି ଚାରିଥରର ବିଧାୟକ ହୋଇଥିଲେ ଟାଣୁଆ ଆଦିବାସୀ ନେତା । ୧୯୯୫ରେ ଜେଏମଏମ ଟିକେଟରେ ବୀରମିତ୍ରପୁରରୁ ବିଧାୟକ ହୋଇଥିଲେ ।
ସେ ୨୦୦୨ରେ ବିଜେଡିରେ ଯୋଗ ଦେଇଥିଲେ । ୨୦୦୪ରେ ସ୍ୱାଧୀନ ରୁ ପ୍ରାର୍ଥୀ ହୋଇ ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ି ହାରିଥିଲେ ଏବଂ ୨୦୧୮ରେ କଂଗ୍ରେସରେ ଯୋଗ ଦେଇଥିଲେ । ଏବେ ସେ କଂଗ୍ରେସ ଛାଡିଥିବା ନେଇ ବିଶେଷ ସୂତ୍ରରୁ ଜଣାପଡୁଛି ।