Odia News Portal

ମାର୍ଚ୍ଚ ୧ରୁ ମିଳିବ ମାଗଣା କରୋନା ଟିକା…

ମାର୍ଚ୍ଚ ପହିଲାରୁ ୬୦ ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ଟିକାକରଣ

ନୂଆଦିଲ୍ଲୀ: ମାର୍ଚ୍ଚ ୧ରୁ ଦିଆଯିବ ବୟସ୍କଙ୍କୁ ଟିକା |ମାର୍ଚ୍ଚ ପହିଲାରୁ ଦେଶରେ ଥିବା ୬୦ ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ଟିକା ପ୍ରଦାନ କରାଯିବ । କ୍ୟାବିନେଟ୍ ନିଷ୍ପତ୍ତି ପରେ ଏହା ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର । କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ମାର୍ଚ୍ଚ ୧ରୁ ବୟସ୍କଙ୍କୁ ଟିକାକରଣ କରାଯିବ । ସାମ୍ବାଦିକ ସମ୍ମିଳନୀରେ ଜାଭଡେକର କହିଛନ୍ତି ସରକାରୀ କେନ୍ଦ୍ରରେ ଟିକାକରଣ ମାଗଣାରେ ହେବ। କିନ୍ତୁ ଘରୋଇ କେନ୍ଦ୍ର/ହସ୍ପିଟାଲରେ ମାଗଣାରେ ଟିକା ମିଳିବ ନାହିଁ।

ଘରୋଇ ହସ୍ପିଟାଲରେ ଟିକାର ଦାମ କେତେ ରହିବ ତାହ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସ୍ଥିର କରିବ। ଟିକାକରଣର ଦ୍ଵିତୀୟ ପର୍ଯ୍ୟାୟରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି ଯିଏ ଗମ୍ଭୀର ରୋଗରେ ପୀଡିତ ସେମାନେ ମଧ୍ୟ ସାମିଲ ହେବେ। କେନ୍ଦ୍ରୀୟ ମନ୍ତ୍ରୀ କହିଛନ୍ତି, ସରକାରୀ ହସ୍ପିଟାଲରେ ମାଗଣାରେ ଟିକା ମିଳିବ ଏବଂ ଘରୋଇ ହସ୍ପିଟାଲରେ ଟିକା ପାଇଁ କିଛି ଶୁଳ୍କ ଦେବାକୁ ପଡିବ। ଏହି ଶୁଳ୍କ କେତେ ରହିବ ତାହା ସ୍ଵାସ୍ଥ୍ୟ ବିଭାଗ ଦୁଇ ତିନି ଦିନରେ ଘୋଷଣା କରିବେ।

ଭାରତରେ ୬୦ ବର୍ଷରୁ ଉର୍ଦ୍ଧ୍ଵ ବୟସର ଲୋକ ଏବଂ ରୋଗରେ ପୀଡିତ ଲୋକଙ୍କୁ ଭ୍ୟାକସିନ ନେବା ପାଇଁ ସେଲ୍‌ଫ ରେଜିଷ୍ଟର କରିବାକୁ ଅନୁମତି ମିଳିପାରେ। ଏହି ଲୋକ କେଉଁଠି ଟିକା ନେଇ ପାରିବେ ତାହା ନିଜେ ଚୟନ ମଧ୍ୟ କରି ପାରିବେ। ଏଥିପାଇଁ ମୋବାଇଲ ଆପ୍‌ରେ କିଛିଟା ପରିବର୍ତ୍ତନ କରାଯାଇଛି। ପ୍ରଥମେ ୫୦ ବର୍ଷରୁ ଅଧିକ ବୟସ୍କର ବ୍ୟକ୍ତିଙ୍କୁ ପଞ୍ଜୀକରଣ ପାଇଁ ଅନୁମତି ଦିଆଯିବ ବୋଲି କୁହାଯାଉଥିଲା, ହେଲେ ଏହାକୁ ବଢାଇ ୬୦ ବର୍ଷ କରି ଦିଆଯାଇଛି। କାରଣ ୬୦ ବର୍ଷରୁ ଅଧିକ ବୟସ୍କର ବ୍ୟକ୍ତି ଅଧିକ ରିସ୍କରେ ଅଛନ୍ତି। ଟିକାକରଣର ସାର୍ଟିଫିକେଟ୍ କୋ-ଓ୍ଵିନ୍ ଓ ଡିଜିଲକର ପରି ସରକାରୀ ପ୍ଲାଟ୍‌ଫର୍ମରେ ଉପଲବ୍ଧ ହେବ।