Odia News Portal

ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ୍

ଅହମ୍ମଦାବାଦ: ଗୁଜୁରାଟରେ ନୂଆ ମୁଖ୍ୟମନ୍ତ୍ରୀ । ଭୂପେନ୍ଦ୍ର ପଟେଲ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଗୁଜୁରାଟର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ।

ଗତ କାଲି ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେବା ନେଇ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନେଇଥିଲେ ଗୁଜରାଟ ବିଜେପି ବିଧାୟକ। ମୁଖ୍ୟମନ୍ତ୍ରୀ ପଦବୀରେ ବସିଥିବା ବିଜୟ ରୂପାଣୀ ପଦବୀରୁ ଅଚାନକ ଇସ୍ତଫା ଦେବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେଉଛନ୍ତି ସେ ନେଇ ଚର୍ଚ୍ଚା ହୋଇଥିଲା । ସେପଟେ ବିଜୟ ରୂପାଣୀ ଦଳର ନିଷ୍ପତ୍ତି ମୁତାବକ ଇସ୍ତଫା ଦେଇଥିବା ଘୋଣଣା କରିଥିଲେ ।ବର୍ତ୍ତମାନ ଘାଟୋଲୋଡିଆ ଆସନରୁ ବିଧାୟକ ଅଛନ୍ତି ଭୂପେନ୍ଦ୍ର ପଟେଲ। ଗତ ବିଧାନ ସଭା ନିର୍ବାଚନରେ ସେ ତାଙ୍କ ପ୍ରତିଦ୍ବନ୍ଦୀଙ୍କଠାରୁ ଲକ୍ଷାଧିକ ଭୋଟରେ ବିଜୟୀ ହୋଇଥିଲେ ।