Odia News Portal

ସଂକ୍ରମଣ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗର ଏସ୍ଓପି

ସବୁ ଜିଲ୍ଲାପାଳ, ସିଡିଏମଓ ଓ ମ୍ୟୁନିସିପାଲ କମିଶନରଙ୍କୁ ସତର୍କ ଘଣ୍ଟି

ଭୁବନେଶ୍ୱର : ଲେଉଟିଲା କରୋନା ସଂକ୍ରମଣ । ଦ୍ୱିତୀୟ ଲହରକୁ ନେଇ ଲୋକେ ଆଶଙ୍କିତ । ଦିନକୁ ଦିନ ରାଜ୍ୟରେ ନୂତନ କେସ୍ ସଂଖ୍ୟା ବଢିବାରେ ଲାଗିଛି । ତେବେ ଏହି କେସ୍ ବଢ଼ିବାରେ ପଡ଼ୋଶୀ ଛତିଶଗଡ଼ର ମୁଖ୍ୟ ଭୂମିକା ରହିଛି । କରୋନାର ଦ୍ୱିତୀୟ ଲହରର ମୁକାବିଲା ପାଇଁ ସରକାର ତତ୍ପର ହୋଇ ଉଠିଲେଣି । ଏ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ, ସିଡିଏମଓ ଓ ମ୍ୟୁନସିପାଲ କମିଶନରମାନଙ୍କୁ ଚିଠି ଲେଖି ସତର୍କ ରହିବା ସହ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି ।

ସ୍ୱାସ୍ଥ୍ୟ ସଚିବ ଜିଲ୍ଲା ହସ୍ପିଟାଲଗୁଡିକରେ ଅକ୍ସିଜେନ୍ ବ୍ୟବସ୍ଥା ସହ ଆଇସୋଲେସନ ବେଡ୍ ପ୍ରସ୍ତୁତ ରଖିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଆଇସିୟୁ, ଏଚଡିୟୁ, ଡାଏଲିସିସ୍, ଲେବର ରୁମ୍ ଆଦି ମଧ୍ୟ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଅ ।ଯାଇଛି । ପର୍ଯ୍ୟାପ୍ତ ପରିମାଣରେ ଫାଭିପିରାଭିର, ରେମଡେସିଭିର ଗଚ୍ଛିତ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି । ବହୁବିଧ ରୋଗରେ ପୀଡିତଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ପାଇଁ, ଘରୋଇ ହସ୍ପିଟାଲଗୁଡିକୁ ମଧ୍ୟ ପ୍ରସ୍ତୁତ ରହିବାକୁ ନିଦେ୍ର୍ଦଶ ଦିଅ ।ଯାଇଛି । ଏସଓପି ବ୍ୟବସ୍ଥାରେ ଚିକିତ୍ସା କରିବା ପରାମର୍ଶ ଦିଅ ।ଯାଇଛି ।
ରାଜ୍ୟ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଦେଶରେ ଏବେ କରୋନା ସଂକ୍ରମଣ ଅଣାୟତ ହେଉଛି ରାଜ୍ୟରେ ମଧ୍ୟ ସମାନ ଅବସ୍ଥା କରୋନା ସ୍ଥିତି ଧିରେ ଧିରେ ·ରିଅ ।ଡ ଭୟଙ୍କର ହେବାରେ ଲାଗିଛି ଏବଂ ଅ ।ମେ ପୁଣି ପୂର୍ବ ଅବସ୍ଥାକୁ ଫେରୁଛେ ତେଣୁ ହସ୍ପିଟାଲ ପ୍ରସ୍ତୁତ ରଖ ବୋଲି ନିଦେ୍ର୍ଦଶ ଦେଇଛି । ବର୍ତମାନ ରାଜ୍ୟରେ ସଂକ୍ରମଣ ପାଖାପାଖି ୫୦୦ ରହୁଛି ଯାହା ଚିନ୍ତା ବଢାଇବା ସହିତ ଏହି ସ୍ଥିତିର ମୁକାବିଲା କରିବା ପାଇଁ ସବୁ ହସ୍ପିଟାଲ ଗୁଡିକରେ ବେଡ୍ ସଂଖ୍ୟା ବଢାଇବା ସହିତ ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ଅ ।ଜି କ୍ୟାବିନେଟ୍ ସଚିବଙ୍କ ସହ ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବା ପରେ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ନିଦେ୍ର୍ଦଶ ଦେଇଛନ୍ତି । ଦେଶରେ ଏବେ ଦୈନିକ ୮୦ ହଜାର ଉପରେ ନୂଅ । ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଅ ।ଜି ୮୧ ହଜାରରୁ ଉଦ୍ଧ୍ୱର୍ କରୋନା ଅ ।କ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ପୂର୍ବରୁ ଠିକ୍ ଏହି ସମୟରୁ ହିଁ ମହାମାରୀ କରୋନା ନିଜର କରାଳ ରୂପ ଦେଖାଇବା ଅ ।ରମ୍ଭ କରିଥିଲା । କରୋନାର ପିକ୍ ସମୟରେ ଦୈନିକ ସଂକ୍ରମଣ ହାର ୯୬ ହଜାର ରହୁଥିଲା ଏବଂ ଅ ।ମେ ବର୍ତମାନ ପୁଣି ଥରେ କରୋନା ପିକ୍ ଅ ।ଡେ ଫେରୁଛେ ବୋଲି ସ୍ପଷ୍ଟ ହେଉଛି ତେଣୁ ଏବେ ଠାରୁ ସତର୍କ ରହିବା ନିହାତି ଜରୁରୀ ବୋଲି ଜନ ସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି ।

ପଶ୍ଚିମ ଓଡ଼ିଶାରେ ବଢୁଥିବା କୋଭିଡ୍ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଛି । ଏନେଇ ଜିଲ୍ଲାପାଳମାନଙ୍କୁ ଅ ।ବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ଯେଉଁଠି ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେଠାରେ କଣ୍ଟେନମେଣ୍ଟ ଜୋନ୍ କରାଯାଉଛି । ନୂଅ ।ପଡ଼ା ଓ କଳାହାଣ୍ଡି ସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ଛତିଶଗଡ଼ରେ ହୋଇଥିବା କ୍ରିକେଟ୍ ଖେଳ, ସଂକ୍ରମଣକୁ ଅଧିକ ବଢାଇଛି । ଉଭୟ କଳାହାଣ୍ଡି ଓ ନୂଅ ।ପଡ଼ା ଜିଲ୍ଲାକୁ ଛତିଶଗଡ଼ରୁ ଅ ।ସୁଥିବା ଲୋକଙ୍କୁ ଚିହ୍ନଟ କରି ଅ ।ଣ୍ଟିଜେନ ଟେଷ୍ଟିଂ କରିବାକୁ କୁହାଯାଇଛି । ତେବେ ସୀମା ସିଲ୍ କରିବା ସମସ୍ୟାର ସମାଧାନ ନୁହେଁ ବରଂ ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଅ ।ମର ପ୍ରାଥମିକତା ହେବା ଦରକାର ବୋଲି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ।