Odia News Portal

ଟି-୨୦ ବିଶ୍ୱକପ ଲାଗି ପାକିସ୍ତାନର କୋଚ ହେଲେ ମ୍ୟାଥୁ ହେଡେନ

ଇସଲାମବାଦ: ପାଖେଇ ଆସୁଛି ଟି-୨୦ ବିଶ୍ୱକପ । ଟାଇଟଲ ହାସଲ କରିବା ଲାଗି ସବୁ ଦଳ ନିଜ ନିଜର କ୍ଷେତ୍ର ରକ୍ଷଣ ପ୍୍ରସ୍ତୁତ କଲେଣି । ଏହାରି ଭିତରେ ପାକିସ୍ତାନ ଦୁଇଜଣଙ୍କୁ କୋଚ ଦାୟିତ୍ୱ ଦେଇଛି । ପାକିସ୍ତାନ ଟିମ୍ର କୋଚ୍ ନିଯୁକ୍ତ ହେଲେ ପୂର୍ବତନ କ୍ରିକେଟର ମାଥ୍ୟୁ ହେଡେନ୍ ଓ ଭେରନନ୍ ଫିଲାଣ୍ଡର। ସୋମବାର ଏନେଇ ସୂଚନା ଦେଇଛି ପାକିସ୍ତାନ କ୍ରିକେଟ୍ ବୋର୍ଡ ବା ପିସିବି।ଗତ ସପ୍ତାହରେ ପାକିସ୍ତାନର ଟ୍ୱି-୨୦ ଦଳ ଘୋଷଣା ହେବା ପରେ ମିଶ୍ବାହ-ଉଲ-ହକ୍ ଓ ଏବଂ ୱାକର ୟୁନିସ୍ କୋଚ ପଦରୁ ଓହରି ଯାଇଥିଲେ। ତାଙ୍କ ସ୍ଥାନରେ ହେଡେନ୍ ଓ ଫିଲାଣ୍ଡରଙ୍କୁ କୋଚ ଭାବେ ନିଯୁକ୍ତି ଦେଇଛି ପିସିବି।