ମୂର୍ତ୍ତି ଉଚ୍ଚତା ଅନୁଧ୍ୟାନ କରିବେ ଏଜି

ଭୁବନେଶ୍ୱର() ହାଇକୋର୍ଟରେ କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ମୂର୍ତ୍ତି ଉଚ୍ଚତା ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ହାଇକୋର୍ଟ ଏଜିଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ସମସ୍ତ ମୂର୍ତ୍ତିର ସୁରକ୍ଷା କାଏମ ରଖିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ପୂର୍ବରୁ ୯ଟି ମୂର୍ତ୍ତିର ଉଚ୍ଚତା ଅଧିକ ଥିବା ସିପି ରିପୋର୍ଟ ଦେଇଥିଲେ । ଅନ୍ୟପକ୍ଷରେ ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ୟ୍ୟ କରିଛନ୍ତି ।

କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ମାମଲା ପ୍ରସଙ୍ଗରେ ଗତ ଶୁକ୍ରବାର ରାଜ୍ୟ ସରକାର ହାଇକୋର୍ଟରେ ୨ଟି ସତ୍ୟପାଠ ଦାଖଲ କରିଥିଲେ । ୪ଫୁଟ ମୂର୍ତ୍ତି ଉଚ୍ଚତାକୁ ବିରୋଧ କରି ୫ଟି ମାମଲା ହାଇକୋର୍ଟରେ ଦାୟର ହୋଇଥିଲା । ବାଲୁବଜାର, ଫିରିଙ୍ଗି ପଜାର ଓ ତଳତେଲେଙ୍ଗା ବଜାର ପକ୍ଷରୁ ମାମଲା ଦାୟର ହୋଇଥିଲା ।
ପ୍ରକାଶ ଯେ, କରୋନା ସମୟରେ ଆଡ଼ମ୍ବରଶୂନ୍ୟ ଦୁର୍ଗା ପୂଜା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ଦୁର୍ଗ ମୂର୍ତ୍ତିର ଉଚ୍ଚତାକୁ ମଧ୍ୟ କମାଇ ଦିଆଯାଇଛି । ଯାହାକୁ ନେଇ ବିଭିନ୍ନ ପୂଜା କମିଟି ପକ୍ଷରୁ ବିରୋଧ କରାଯାଇ ଆସୁଛି ।

Share

Leave a Reply

Your email address will not be published. Required fields are marked *