Odia News Portal

ଗର୍ଭବତୀ ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ମୟୂରଭଞ୍ଜ: ସାତ ଜନ୍ମ ଲାଗି ସାଥୀ ହୋଇ ରହିବା ଲାଗି ଅଗ୍ନୀକୁ ସାକ୍ଷୀ ରଖି ବାହା ହୋଇଥିଲା । ସୁଖ ଦୁଃଖର ସାଥୀ ହେବା ସହ ଜୀବନ ସାରା ସୁରକ୍ଷା ଦେବା ଲାଗି କହିଥିଲା । କିନ୍ତୁ ନିଜେ ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ଗର୍ଭବତୀ ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଜଗନ୍ନାଥପୁର ଗାଁରେ ଘଟିଛି ଏଭଳି ଅଭାନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ସ୍ବାମୀ-ସ୍ତ୍ରୀ ମଧ୍ୟରେ ପାରିବାରିକ ତିକ୍ତତା ନେଇ ପାଟିତୁଣ୍ଡ ହୋଇଥିଲା । ତେବେ ଶନିବାର ସକାଳୁ ଘର ପିଣ୍ଢାରେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ମୃତ ମହିଳାଙ୍କ ପରିବାର ପକ୍ଷରୁ ଏତଲା ଦିଆଯିବା ସହ ଫେରାର ହୋଇଯାଇଥିବା ସ୍ବାମୀକୁ ପାଖ ଜଙ୍ଗଲରୁ ଗିରଫ କରିଛି ପୋଲିସ । ମୃତ ମହିଳା ଜଣଙ୍କ ହେଲେ ମଙ୍ଗୁଳି ପୃର୍ତ୍ତି । ଗିରିଫ ସ୍ବାମୀ ହେଲେ ମାଖନ ପୃର୍ତ୍ତି । ଦେଢ଼ ବର୍ଷ ତଳେ ଉଭୟଙ୍କ ବିବାହ ହୋଇଥିଲା । ସ୍ବାମୀ ମାଖନ ପୂର୍ତ୍ତି ଅନେକ ସମୟରେ ସ୍ତ୍ରୀଙ୍କ ସଙ୍ଗେ ପାଟିତୁଣ୍ଡ କରୁଥିଲେ । ତେବେ ଶୁକ୍ରବାର ଗର୍ଭବତୀ ସ୍ତ୍ରୀକୁ କୁରାଢ଼ୀରେ ହାଣି ମାଖନ ଫେରାର ହୋଇଯାଇଥିଲା । ପୋଲିସ ମାଖନକୁ ଗିରିଫ କରିବା ସହ କୁରାଢ଼ୀ ଜବତ କରିଛି । ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି ।