Odia News Portal

IIFL ଲୁଟ ଘଟଣାର ମାଷ୍ଟରମାଇଣ୍ଡ ଲେଡି ଅଫିସର

କଟକ() କଟକ ଅର୍ଥଲଗାଣକାରୀ ସଂସ୍ଥା IIFLରୁ ସୁନା ଲୁଟ ଘଟଣାର ମାଷ୍ଟରମାଇଣ୍ଡ ଜଣେ ଲେଡି ଅଫିସର ଥିବା ସୂଚନା ମିଳିଛି । ଲେଡି ଅଫିସର ସମ୍ପୃକ୍ତ ଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । IIFLରେ ଏକ ପଦସ୍ଥ ଅଧିକାରୀ ଭାବେ ଲେଡି ଅଫିସର କାର୍ଯ୍ୟରତ ଅଛନ୍ତି । ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟ ସହ ମିଶି କ୍ରାଇମପ୍ଲାନ କରିଥିଲେ । ଲୁଟ ପାଇଁ ଲେଡି ଅଫିସର ହିଁ ଅମ୍ରିତକୁ ବୁଦ୍ଧି ଦେଇଥିବା ସୂଚନା ମିଳିଛି । ସମ୍ପୃକ୍ତ ଲେଡି ଅଫିସର ଅଟକ ଥିବା ବେଳେ ତାଙ୍କୁ ଜେରା ଚାଲିଥିବା ସୂଚନା ମିଳିଛି । ଘଟଣାରେ ସଂସ୍ଥାର ଆଉ କିଛି ଅଧିକାରୀ ବି ସମ୍ପୃକ୍ତ ଥିବା ସୂଚନା ରହିଛି ।