Odia News Portal

କୋଇଲା ଚୋରାଚାଲାଣ, ପୋଲିସ-ଗ୍ରାମବାସୀ ମୁହାଁମୁହିଁ

୨ ଆର.ପି.ଏଫ ଯବାନ ସହ ଜଣେ ଗ୍ରାମବାସୀ ଗୁରୁତର

ଭଦ୍ରକ: ଧାମରା ରେଳପଥରେ ଚାଲିଛି ବେଧଡ଼କ କୋଇଲା ଚୋରି । ସୁବିଧାରେ କୋଇଲା ମିଳୁଥିବାରୁ ରେଳଲାଇନ ପାଖାପାଖି ଅଞ୍ଚଳରେ ଗଢିଉଠିଛି ବେଆଇନ ଇଟାଭାଟି । ପୋଲିସ ଯେତେ ଚେଷ୍ଟା କଲେ ମଧ୍ୟ ଚୋରି ରୋକି ପାରୁନି । ଆଜି ସକାଳେ ଚୋରି କୋଇଲାକୁ ନେଇ ଆର.ପି.ଏଫ ଓ ଇଟା ଭାଟି ଶ୍ରମିକ ମଧ୍ୟରେ ସଂଘର୍ଷ ହେବାରୁ ୨ ଜଣ ଆର, ପି, ଏଫ ଓ ଜଣେ ଶ୍ରମିକ ଆହତ ହୋଇଛନ୍ତି । ଗୁରୁତର ଆହତ ଜଣେ ଆର, ପି, ଏଫ ସବ ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ଅନ୍ୟ ଜଣେ କନେଷ୍ଟବଳ ଓ ଶ୍ରମିକ ସୁବାସ ରାଉତ ବୋଲି ଜଣାପଡିଛି।

ସୁଚନା ମୁତାବକ କ୍ରାଇମବ୍ରାଞ୍ଚର ଖୋର୍ଦ୍ଧା ଡିଭିଜନର ୬ ଜଣିଆ ଟିମ ଆଜି ସକାଳୁ ସକାଳୁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନା ପଳାସପୁର ଗାଁର କୋଇଲା ଡିପୋ ଉପରେ ଚଢାଉ କରିବାକୁ ଯାଇଥିଲେ । ଇଟାଭାଟିରେ ଦିନ ମଜୁରିଆ ଭାବେ କାମ କରୁଥିବା ସୁବାସ ରାଉତଙ୍କୁ ଇଟାଭାଟି କାହାର କେଉଁ ଭାଟିରେ କୋଇଲା ଦେଉଛ ବୋଲି ପଚାରି ଥିଲେ ।ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ଏଥିରେ ଉତକ୍ଷିପ୍ତ ହୋଇ ସୁବାସର କିଛି ସମ୍ପର୍କୀୟ ଆର.ପି.ଏପ ଯବାନ ସୁବାସ ରାଉତଙ୍କୁ ମାଡ଼ ମାରିବା ସହ ପୋଲିସ ଟିମ ଉପରକୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଟିମର ୨ ଜଣ କର୍ମଚାରୀ ଗୁରୁତର ଆହତ ହୋଇ ପ୍ରଥମେ ତିହିଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ପରେ କଟକ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି । ଏପଟେ ସୁବାସକୁ ମଧ୍ୟ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।