Odia News Portal

ଋଣ ନେବାରେ ରେକର୍ଡ କଲେ ଇମ୍ରାନ ଖାନ୍

ନୂଆଦିଲ୍ଲୀ: ଭାରତର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ସବୁବେଳେ ବିଭିନ୍ନ ପ୍ରସଙ୍ଗ ନେଇ ଟାର୍ଗେଟ କରିଥାଏ । କିନ୍ତୁ ପାକିସ୍ତାନ ସରକାର ଏବେ ଋଣଭାରରେ ସଢ଼ୁଛନ୍ତି । ପାକିସ୍ତାନଷ୍ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ରେକର୍ଡ କାଟିଛନ୍ତି । ସେ ଋଣ ନେବାରେ ରେକର୍ଡ କରିଛନ୍ତି । ଇମ୍ରାନ ଖାନ୍ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବା ଦିନଠାରୁ ଋଣ ନେବା ମାମଲାରେ ୧୮୫% ବୃଦ୍ଧି ଘଟିଛି।

ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ ଦେଇଥିବା ସୂଚନା ଏବେ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ବରିଷ୍ଠ ପ୍ରଫେସର ପ୍ରହ୍ଲାଦ କୁମାର କହିଛନ୍ତି ଯେ, ପାକିସ୍ତାନ ଜିଡିପିର ୪୦% ରୁ ଅଧିକ ଭାଗ ଋଣ ଭରସାରେ ଚାଲିଛି। ତିନି ବର୍ଷ ମଧ୍ୟରେ, ଏଥିରେ ବହୁତ ବୃଦ୍ଧି ଘଟିଛି। ୟୁସୁଫ ରଜା ଗିଲାନି ୨୦୦୮ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ। ତାଙ୍କର କାର୍ୟ୍ୟକାଳ ୨୦୧୨ପର୍ୟ୍ୟନ୍ତ ଚାଲିଥିଲା। ଏହି ସମୟରେ ପାକିସ୍ତାନ ବିଭିନ୍ନ ଦେଶରୁ ଏବଂ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ରୁ ୪୨.୮ ବିଲିୟନ ଡଲାରର ଋଣ ନେଇଥିଲା। ଏହା ପରେ, ୨୦୧୨ରୁ ୨୦୦୧୩ମଧ୍ୟରେ ରଜା ପରଭେଜ ଅଶ୍ରଫ ଏବଂ ମୀର ହଜର ଖାନ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହି ଅବଧି ମଧ୍ୟରେ ପାକିସ୍ତାନର ଋଣ ୪୨.୮ ବିଲିୟନ ଡଲାରରୁ ୫୨.୪ ବିଲିୟନ ଡଲାରକୁ ବୃଦ୍ଧି ପାଇଥିଲା। ପାକିସ୍ତାନର ମୋଟ ଋଣ ୧୧୫.୭ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି।