Odia News Portal

ଚୀନକୁ ଚେତାବନୀ ଦେଲା ଭାରତ

ଭାରତର ପୂର୍ବ ଲଦ୍ଧାଖ ସୀମା ନିକଟରେ ଯୁଦ୍ଧ ବିମାନ ନ ଉଡାଇବା ନେଇ ଚୀନକୁ ଚେତାବନୀ ଦେଇଛି ଭାରତ । ଚୀନ୍ ତାର ଲଢୁଆ ବିମାନକୁ ସୀମାଠାରୁ ଦୂରରେ ରଖିବାକୁ କହିଛି ଭାରତ । ଚୀନ୍ ତାଇୱାନ୍ ମଧ୍ୟରେ ବିବାଦ ଲାଗିରହିଥିବାବେଳେ ଚୀନକୁ ଭାରତ ଏଭଳି ଚେତାବନୀ ଦେଇଛି । ଏହା ସହିତ ଭାରତ ଏହି ମୁଦ୍ଦା ନେଇ ଏକ ସୈନ୍ୟ ସ୍ତର ବୈଠକରେ ଆଲୋଚନା କରିଛି । ପୂର୍ବ ଲଦ୍ଦାଖ ସୀମା ନିକଟରେ ଲଢୁଆ ବିମାନ ଉଡାଇ ଚୀନର ଉସକାଇଲା ଭଳି କାମକୁ ଭାରତ ବିରୋଧ କରିଛି । ସବୁଠୁ ବଡକଥା ହେଉଛି ଏହି ବୈଠକରେ ପ୍ରଥମଥର ପାଇଁ ସାମିଲ ହୋଇଥିଲେ ଭାରତୀୟ ଏୟାରଫୋର୍ସ କମାଣ୍ଡର । ସୂତ୍ରରୁ ମିଳିଥିବା ସୂଚନା ଆଧାରରେ, ଏହି ବୈଠକରେ ଭାରତ ଚୀନକୁ ସଫା ସଫା କହିଦେଇଛି, ଲଢୁଆ ବିମାନ ଉଡାଇବା ବେଳେ ନିଜ ସୀମାର ରହୁ ଚୀନ୍ । ଏହା ସହିତ ଏଲଏସି ଠାରୁ ୧୦ କିମି ଦୂରତା ବଜାୟୀ ରଖୁ ।