Odia News Portal

ବିରାଟ୍ ବାହିନୀର ଚେନ୍ନାଇ ବିଜୟ

ଚେନ୍ନାଇ: ଭାରତ ଓ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆର ଦମଦାର୍ ବିଜୟ |ଏହା ସହିତ ପ୍ରଥମ ଟେଷ୍ଟ ପରାଜୟର ପ୍ରତିଶୋଧ ନେଇଛି ଭାରତ । ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଭାରତୀୟ ବୋଲିଂର ସାମ୍ନା କରିନପାରି ୧୬୪ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ଭାରତ ୩୧୭ ରନରେ ବିଜୟ ହାସଲ କରିବା ସହ ସିରିଜକୁ ୧-୧ ସ୍ତରକୁ ଆଣିଛି ।

ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ପ୍ରଥମରୁ ମ୍ୟାଚ୍ ଭାରତୀୟ ଦଳ କବଜାରେ ରହିଥିଲା ।୪୮୨ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ୧୬୪ ରନରେ ଅଲଆଉଟ୍ ହୋଇଯାଇଥିଲା । ତେବେ ମ୍ୟାଚର ତୃତୀୟ ଦିନରେ ଅଶ୍ୱୀନଙ୍କ ଦମଦାର ୧୦୬ ରନ୍ ଓ ଭାରତୀୟ ଦଳର ଅଧିନାୟକ ବିରାଟ୍ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୨୮୬ ରନ୍ କରି ଅଲଆଉଟ୍ ହୋଇଥିଲା । ଇଂଲଣ୍ଡ ସମ୍ମୁଖରେ ଭାରତ ୪୮୨ ରନର ବିଶାଳ ଲକ୍ଷ୍ୟ ରଖିଥିଲା । ଅଶ୍ୱିନଙ୍କ ସ୍ପିନ୍ ଏବଂ ଅକ୍ଷର ପଟେଲଙ୍କ ଦମଦାର ବୋଲିଂ ସାମ୍ନାରେ ପରାଜିତ ହୋଇଥିଲା ଇଂଲଣ୍ଡ ଦଳ ।

ଦ୍ୱିତୀୟ ଦିନ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ପକ୍ଷରୁ ମାଇନ ଅଳ୍ଲୀ ସର୍ବାଧିକ ୪୩ ରନ୍ କରିଥିବା ବେଳେ, ଜୋ ରୁଟ୍ ୩୩ ରନ୍, ଡାନ୍ ଲରେନ୍ସ ୨୬, ରୋନୀ ଜେସେଫ ୨୫ ରନ୍ କରିଥିଲେ । ସେହିପରି ଓଲି ପୋପ୍ ୧୨ ରନ୍ କରିଥିଲେ ।ସେହିଭଳି ଭାରତ ପକ୍ଷରୁ ଆର ଅଶ୍ୱିନ ୪, ଅକ୍ଷର ପଟେଲ୍ ୫ ଓ କୁଳଦୀପ ଯାଦବ ଦୁଇଟି ଓ୍ୱିକେଟ୍ ନେଇଥିଲେ ।