Odia News Portal

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଲାଗି ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଶେଷ ହେବା ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିବ ଭାରତ । ଦଳର ବହୁ ଅଭିଜ୍ଞ ଖେଳାଳୀଙ୍କୁ ବିଶ୍ରାମ ଦିଆଯାଇଛି । ତେବେ ଯୁବ ବାହିନୀ କେମିତି ତାଉପରେ ରହିଛି ମସ୍ତଙ୍କ ନଜର । ଉଭୟ ଟେଷ୍ଟ ମ୍ୟାଚରୁ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ଅଜିଙ୍କ୍ୟ ରାହାଣେ ପ୍ରଥମ ଟେଷ୍ଟରେ ଦଳର ନେତୃତ୍ୱ ନେବେ। ଚେତେଶ୍ୱର ପୂଜାରା ପ୍ରଥମ ଟେଷ୍ଟରେ ଉପଅଧିନାୟକ ହେବେ ।

ଦ୍ୱିତୀୟ ଟେଷ୍ଟ ପାଇଁ ଅଧିନାୟକ ବିରାଟ କୋହଲି ଦଳକୁ ଫେରିବେ। କିଛି ସମୟ ପାଇଁ ସମସ୍ତ ଫର୍ମାଟରେ ଟିମ୍ ଇଣ୍ଡିଆ ଲଗାତାର ଖେଳୁଥିବା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କୁ ଏବଂ ଜସପ୍ରୀତ ବୁମ୍ରାଙ୍କୁ ମଧ୍ୟ ଟେଷ୍ଟ ସିରିଜରୁ ବିଶ୍ରାମ ଦିଆଯାଇଛି ।

ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ: ଅଜିଙ୍କ୍ୟ ରାହାଣେ (କ୍ୟାପଟେନ୍), କେ.ଏଲ୍ ରାହୁଲ, ଚେତେଶ୍ୱର ପୂଜାରା, ଶୁଭମାନ ଗିଲ, ଶ୍ରେୟସ୍ ଆୟର, ରିଦ୍ଧିମାନ ଶାହା, କେ.ଏସ୍ ଭରତ, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, ଅକ୍ଷର ପଟେଲ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।
ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ: ବିରାଟ କୋହଲି (କ୍ୟାପଟେନ), କେ.ଏଲ୍ ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ (ଉପଅଧିନାୟକ), ଶୁଭମାନ ଗିଲ, ଶ୍ରେୟସ୍ ଆୟର୍, ରିଦ୍ଧିମାନ ଶାହା, କେ.ଏସ୍ ଭରତ, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, ଅକ୍ଷର ପଟେଲ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ।