Odia News Portal

ଶ୍ରୀଲଙ୍କା ଗସ୍ତ ଲାଗି ଘୋଷଣା ହେଲା ଭାରତୀୟ ଦଳ

ନୂଆଦିଲ୍ଲୀ: ତିନୋଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ ଖେଳିବା ଲାଗି ଶ୍ରୀଲଙ୍କା ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଏଥିଲାଗି ଆଜି ଘୋଷଣା ହୋଇଛି ଦଳ । ଶିଖର ଧାୱନଙ୍କୁ ଦଳର ଅଧିନାୟକ ଘୋଷଣା କରାଯାଇଥିବା ବେଳେ ଭୁବନେଶ୍ୱର କୁମାର ହୋଇଛନ୍ତି ଉପଅଧିନାୟକ । ଆଇପିଏଲ ୧୪ରେ ଭଲ ପ୍ରଦର୍ଶନ କରିଥିବା ଯୁବ ଖେଳାଳୀଙ୍କୁ ଦଳରେ ସ୍ଥାନ ଦିଆଯାଇଛି ।

ଦେବିଦତ ପାଡିକଲ, ବରୁଣ ଚକ୍ରବର୍ତ୍ତୀ, ଋତୁରାଜ ଗାଇକୱାଡ, ସଞ୍ଜୁ ସାମସନ,ନୀତିଶ ରାଣା ଓ ଚେତନ ସାକାରିଆଙ୍କ ଭଳି ଯୁବ ଖେଳାଳୀଙ୍କୁ ଦଳରେ ସ୍ଥାନ ମିଳିଛି । ସଞ୍ଜୁ ସାମସନ ପୂର୍ବରୁ ଭାରତୀୟ ଦଳ ଲାଗି ଚୟନ ହୋଇଛନ୍ତି । ତେବେ ବାକି ଖେଳାଳୀ ପ୍ରଥମ ଥର ଲାଗି ଆନ୍ତର୍ଜାତୀୟ ମ୍ୟାଚ ଖେଳିବେ । ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଥିବା ଏହି ସିରିଜ ଜୁଲାଇ ୨୫ରେ ଶେଷ ହେବ ।

ଇଂଲଣ୍ଡ ବିପକ୍ଷ ୫ଟି ଟେଷ୍ଟ ମ୍ୟାଚ ଲାଗି ଗସ୍ତରେ ଥିବା ଅଧିନାୟକ ଓ ଉପଅଧିନାୟକ ରୋହିତ ଶର୍ମା ଦଳରେ ରହିବେ ନାହିଁ । ପ୍ରଥମଥର ଲାଗି ଦଳର ଅଧିନାୟକତ୍ୱ ନେଇଥିବା ଧାୱନ କେତେ ସଫଳ ହେଉଛନ୍ତି ତାଉପରେ ରହିଛି ସମସ୍ତଙ୍କ ନଜର ।

ସାମ୍ଭବ୍ୟ ଭାରତୀୟ ଦଳ: ଶିଖର ଧାୱନ, ପ୍ରିଥୀବ ଶ, ଦେବିଦତ ପାଡିକଲ, ଋତୁରାଜ ଗାଇକୱାଡ, ସୂର୍ଯ୍ୟକୁମାର ଯାଦବ, ମନୀଶ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ ରାଣା, ଇଶାନ କିଶାନ, ସଞ୍ଜୁ ସାମସନ, ୟୁଜବେନ୍ଦ୍ର ଚହଲ, ରାହୁଲ ଚହର, କ୍ରିଷ୍ଣାପା ଗୌତମ, କୁନାଲ ପାଣ୍ଡ୍ୟା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଭୁବନେଶ୍ୱର କୁମାର, ଦୀପକ ଚହର, ନବଦୀପ ସାଇନ୍‌, ଚେତନ ସାକାରିଆ ।