Odia News Portal

କରୋନା ଭ୍ୟାକସିନ୍‌ ନେଲେ ଅଧିନାୟକ ବିରାଟ କୋହଲି

*ଟିକା ନେବା ସହିତ ଅନ୍ୟମାନଙ୍କୁ ମଧ୍ୟ ଟିକା ନେବାକୁ ଅପିଲ ।

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସ୍ଥିତି ଭୟଙ୍କର ରୂପ ଧାରଣ କରିଥିବା ସମୟରେ ନେତାଠୁ ଆରମ୍ଭ କରି ଅଭିନେତା,ଖେଳାଳି ଏବଂ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି । ପୂରା ଦେଶରେ ବ୍ୟାପୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି କରୋନା ଟିକା ନେଇଛନ୍ତି ।

ଆଜି ବିରାଟ କରୋନାର ପ୍ରଥମ ଡୋଜ ଟିକା ନେଇଛନ୍ତି ।କୋହଲିଙ୍କ ପୂର୍ବରୁ ଶିଖର ଧୱନ, ଆଜିଙ୍କ୍ୟ ରାହାଣେ, ଉମେଶ ଯାଦବ ମଧ୍ୟ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି । ସେହିଭଳି ଦ୍ରୁତ ବୋଲର ଇଶାନ୍ତ ଶର୍ମା ମଧ୍ୟ ପତ୍ନୀ ପ୍ରତିମାଙ୍କ ସହ ଟିକା ନେଇଛନ୍ତି । ଆସନ୍ତା ଜୁନ୍ ୨ରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପାଇଁ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ ଟିମ୍ ଇଣ୍ଡିଆ । ଆଉ ଏହା ପୂର୍ବରୁ ଟିମର ଅଧିକାଂଶ ଖେଳାଳି ଭ୍ୟାକସିନ ନେଉଥିବା ଦେଖିବାକୁ ମିଳିଛି ।

ତେବେ ବିରାଟ ଟିକା ନେବା ପରେ ଇନଷ୍ଟାଗ୍ରାମରେ ଏନେଇ ସୂଚନା ଦେଇଛନ୍ତି । ଏହା ସହିତ ଅନ୍ୟମାନଙ୍କୁ ମଧ୍ୟ ଟିକା ନେବାକୁ ଅପିଲ କରିଛନ୍ତି । କୋହଲି ଲେଖିଛନ୍ତି, ଯେତେ ଶୀଘ୍ର ପାରୁଛନ୍ତି ଟିକା ନିଅନ୍ତୁ । ସେହିଭଳି ସଂକ୍ରମଣ ବୃଦ୍ଧିପାଉଥିବାରୁ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ବିରାଟ କୋହଲି ଏବଂ ପତ୍ନୀ ଅନୁଷ୍କା ଶର୍ମା । ଉଭୟ ୨କୋଟି ଟଙ୍କାର ସହାୟତା ଦେବା ସହିତ ଅନ୍ୟମାନେ ମଧ୍ୟ କିଛି କିଛି ଦାନ କରନ୍ତୁ ବୋଲି ଅପିଲ କରିଛନ୍ତି ।