Odia News Portal

ଆଇପିଏଲ ୨୦୨୧ ପାଇଁ ପ୍ଲେୟାର ଅକ୍ସନ୍

ଚେନ୍ନାଇ: ଆଇପିଏଲ ୨୦୨୧ ପାଇଁ ପ୍ଲେୟାର ଅକ୍ସନ ଆଜି ଆରମ୍ଭ ହୋଇଛି । ପ୍ରଥମ ଦିନରେ ରେକର୍ଡ ଦାମରେ ବିକ୍ରି ହୋଇଛନ୍ତି ଦକ୍ଷିଣ ଆଫ୍ରିକାର କ୍ରିସ୍ ମୋରିସ । ଏଥର ଆଇପିଏଲ୍ ଇତିହାସରେ ସବୁଠାରୁ ଅଧିକ ଦାମରେ ବିକ୍ରି ହୋଇଛନ୍ତି ଦକ୍ଷିଣ ଆଫ୍ରିକାର କ୍ରିସ୍ ମୋରିସ । ରାଜସ୍ଥାନ ରୟାଲସ୍ କ୍ରିସ୍ ମୋରିସଙ୍କୁ ୧୬.୨୫ କୋଟିରେ କିଣିଛି । ଆଇପିଏଲ ଇତିହାସରେ ଏହା ସବୁଠାରୁ ବଡ ଦାମ ବୋଲି ଚର୍ଚ୍ଚା ଚାଲିଛି ।କେବଳ ଏତିକି ନୁହେଁ ଆଇପିଏଲ ଇତିହାସରେ ସବୁଠୁ ମହଙ୍ଗା ଖେଳାଳି ହେବାର ଇତିହାସ ରଚିଛନ୍ତି ଦକ୍ଷିଣ ଆଫ୍ରିକା ଖେଳାଳି କ୍ରିସ୍ ମୋରିସ୍‌।

ସେହିଭଳି ଅଷ୍ଟ୍ରେଲିଆ କ୍ରିକେଟର ଗ୍ଲେନ୍ ମାକ୍ସୱେଲ ମଧ୍ୟ ବଡ ଦାମରେ ବିକ୍ରି ହୋଇଛନ୍ତି । ମାକ୍ସୱେଲଙ୍କୁ ୧୪ କୋଟି ୨୫ ଲକ୍ଷରେ କିଣିଛିି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ମାକ୍ସୱେଲଙ୍କ ବେସ୍ ପ୍ରାଇସ୍ ୨ କୋଟି ଥିଲା । ହେଲେ ଏହି କଙ୍ଗାରୁ ଅଲରାଉଣ୍ଡରଙ୍କୁ ଏଥର ଆରସିବି ବଡ ଦାମରେ ନେଇଛି । ତା ସହ ଇଂଲଣ୍ଡ ବ୍ୟାଟସ୍ ମ୍ୟାନ୍ ମୋଇନ ଅଲୀଲଙ୍କୁ ୭ କୋଟିରେ କିଣିଛି ଚେନ୍ନାଇ ସୁପରକିଙ୍ଗସ । ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ୍ ହସନଙ୍କୁ ୩.୨ କୋଟିରେ କିଣିଛି କେକେଆର ।

ଏହାବାଦ ଷ୍ଟିଭେନ୍ ସ୍ମିଥ୍ ୨.୨୦ କୋଟିରେ ଦିଲ୍ଲୀ କ୍ୟାପିଟାଲସ, ଶିବମ ଦୁବେକୁ ୪ କୋଟି ୪୦ ଲକ୍ଷରେ କିଣିଛି ରାଜସ୍ଥାନ ରୟାଲସ୍ । ଚଳିତ ବର୍ଷ ଆଇପିଏଲ ଆକ୍ସନରେ ତାଲିକାଭୁକ୍ତ ହୋଇଛନ୍ତି ୨୯୨ ଖେଳାଳି । ସେମାନଙ୍କ ମଧ୍ୟରେ ୧୬୨ ଭାରତୀୟ ଓ ୧୨୫ ବିଦେଶୀ ଖେଳାଳି ରହିଛନ୍ତି । ୧୦ ଜଣଙ୍କ ବେସପ୍ରାଇସ୍ ରହିଛି ୨ କୋଟି । ୮ଟି ଫ୍ରାଞ୍ଚାଇଜ୍ ୬୧ଟି ସ୍ଥାନ ପାଇଁ ଖେଳାଳି ଚୟନ କରିବେ । ଗତବର୍ଷ କରୋନା ମହାମାରୀ ଯୋଗୁଁ ଆଇପିଏଲ ୟୁଏଇରେ ଆୟୋଜିତ ହୋଇଥିଲା । କିନ୍ତୁ ଚଳିତ ବର୍ଷ ଭାରତରେ ହିଁ ଆୟୋଜିତ ହେବ ଆଇପିଏଲ ।