Odia News Portal

ଆଜି ଫାଇନାଲ ପାଇଁ ଲଢ଼ିବେ ଦିଲ୍ଲୀ-କୋଲକାତା

ଦୁବାଇ: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଆଇପିଏଲରେ ଆଜି ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ । ଯେଉଁ ଦଳ ଆଜି ଜିତିବ ସେ ସିଧାସଳଖ ଫାଇନାଲରେ ଚେନ୍ନାଇକୁ ଭେଟିବ । ତେବେ ଫାଇନାଲ ଟିକେଟ ଲାଗି ଉଭୟ ଦଳ ମଧ୍ୟରେ କଡା ଟକ୍କର ହେବ ବୋଲି କ୍ରିକେଟ ପ୍ରେମୀମାନେ ଆଶା ରଖିଛନ୍ତି । ଦିଲ୍ଲୀ ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଚେନ୍ନାଇଠାରୁ ଶେଷ ଓଭରରେ ହାରିଥିଲା । ଦିଲ୍ଲୀ ହାତରେ ମ୍ୟାଚ ଥିବାବେଳେ ଧୋନୀ ବିଜୟ ଛଡ଼ାଇ ନେଇଥିଲେ । ବଡ଼ ସଟ ମାରି ବିଜୟୀ କରିଥିଲେ । ସେପଟେ ଏଲୁମିନେଟର ମ୍ୟାଚରେ ବାଙ୍ଗାଲୋରକୁ ହରାଇ କ୍ୱାଲିଫାୟର ୨ ଖେଳିବାକୁ ସ୍ଥାନ ପକ୍କା କରିଛି କରିଛି କେକେଆର । ଆଜି ୁଭୟ ଦଳ ମଧ୍ୟରେ ଫାଇନାଲରେ ପ୍ରବେଶ ଲାଗି ହେବ ମହାମୁକାବିଲା ।

କେକେଆର୍ ପକ୍ଷରୁ ବ୍ୟାଟିଂ ଭାର ଶୁଭମନ୍ ଗିଲ, ଭେଙ୍କଟେଶ ଆୟର, ନୀତୀଶ ରାଣା, ମୋର୍ଗାନ, ରାହୁଲ ତ୍ରିପାଠୀ, ଦୀନେଶ କାର୍ତ୍ତିକ ସମ୍ଭାଳିବେ। ଶାକିବ ଅଲ ହାସନ ଏବଂ ସୁନୀଲ ନାରିନ ଉଭୟ ବ୍ୟାଟିଂ ଓ ବୋଲିଂର କ୍ଷମତା ରଖିଛନ୍ତି। କେକେଆର୍ ଦଳରେ ଆନ୍ଦ୍ରେ ରସଲ୍ଙ୍କ ଖେଳିବା ନେଇ ଏବେ ମଧ୍ୟ ଆଶଙ୍କା ରହିଛି। ମିଷ୍ଟ୍ରି ସ୍ପିନର୍ ସୁନିଲ ନାରିନ କେକେଆର୍ ପାଇଁ ଏକ୍ସ ଫ୍ୟାକ୍ଟର ହୋଇ ପାରନ୍ତି। ଫାଇନାଲର ଦୌଡ ପାଇଁ ଦୁଇ ଦଳ ମଧ୍ୟରେ ଘମାଘୋଟ୍ ଲଢେଇ ହୋଇପାରେ ବୋଲି ଦର୍ଶକ ଆଶା ରଖିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ତା’ର ପ୍ରଥମ ଆଇପିଏଲ୍ ଟାଇଟଲ୍ ହାସଲ ନେଇ ଜୋର୍ ଦେଖାଇବ ବୋଲି ଆଶଙ୍କା କରାଯାଉଛି।