Odia News Portal

ଆଜିଠୁ ଆରମ୍ଭ ଆଇପିଏଲ ମହାକୁମ୍ଭ

ଦୁବାଇ: ଅଧାରେ ରହିଥିଲା । ଆଜିଠୁ ଆରମ୍ଭ ହେବ । ଧନୀ କ୍ରିକେଟ ଲିଗ୍ ଆଇପିଏଲ-୨୦୨୧ର ବାକି ରହିଥିବା ମ୍ୟାଚ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ୟୁଏଇରେ ଆରମ୍ଭ ହେବାକୁ ଯାଉଛି । ତେବେ ଆଜି ପ୍ରଥମ ମ୍ୟାଚରେ ଚେନ୍ନାଇକୁ ଭେଟିବ ମୁମ୍ବାଇ । ଦୁଇଦଳ ମଧ୍ୟରେ କଡା ଟକ୍କର ହେବ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଉଭୟ ଦଳର ଖେଳାଳୀମାନେ ଏବେ ଦମଦାର ଫର୍ମରେ ରହିଛନ୍ତି ।

ଆଇପିଏଲର ଦ୍ୱିତୀୟ ପର୍ୟ୍ୟାୟ କାର୍ୟ୍ୟସୂଚୀ ସ୍ଥିର କରିବାରେ ବିସିସିଆଇକୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡିଥିଲା। ଏଭଳି ପରିସ୍ଥିତିରେ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳରେ କୋଭିଡ -୧୯ ମାମଲା ଚିହ୍ନଟ ଯୋଗୁଁ ବିସିସିଆଇର ମଧ୍ୟ ହୃଦ୍ ସ୍ପନ୍ଦନ ବଢ଼ିଯାଇଥିଲା, କିନ୍ତୁ ଶେଷରେ ଏହା ସେଭଳି ଚିନ୍ତାଜନକ ହୋଇନଥିଲା ଏବଂ ଆଇପିଏଲରେ ଖେଳିବାକୁ ଚାହୁଁଥିବା ଭାରତ ଏବଂ ଇଂଲଣ୍ଡର ଖେଳାଳି ନିରାପଦରେ ୟୁଏଇରେ ପହଞ୍ଚିଥିଲେ ।

ଗତ ବର୍ଷ ପୂରା ଆଇପିଏଲ୍ ୟୁଏଇରେ ଖେଳାଯାଇଥିଲା ଏବଂ ସେତେବେଳେ କୌଣସି ପ୍ରକାର ଅସୁବିଧା ହୋଇନଥିଲା । ଏଥର ମଧ୍ୟ ଏଠାରେ ଟୁର୍ନାମେଣ୍ଟକୁ ସଫଳତାର ସହ ଆୟୋଜନ କରିବାକୁ ବିସିସିଆଇ ଆଶାବାଦୀ । ୨୦୧୯ ଠାରୁ ପ୍ରଥମ ଥର ପାଇଁ ସୀମିତ ସଂଖ୍ୟକ ଦର୍ଶକ ମଧ୍ୟ ଆଇପିଏଲରେ ଉପସ୍ଥିତ ରହି ଟୁର୍ନାମେଣ୍ଟର ଉତ୍ସାହକୁ ବଢାଇବେ । ମୁମ୍ବାଇ ଏବଂ ଚେନ୍ନାଇ ମଧ୍ୟରେ ଏପର୍ୟ୍ୟନ୍ତ ୩୧ ଥର ମୁକାବିଲା ହୋଇଛି। ଏଥିମଧ୍ୟରୁ ମୁମ୍ବାଇ ୧୯ଟି ମ୍ୟାଚ ଜିତିଥିବାବେଳେ ଚେନ୍ନାଇ ୧୨ଟି ମ୍ୟାଚ ଜିତିଛି।