Odia News Portal

ରଥଯାତ୍ରା ଭିତରେ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ: ଜୟନ୍ତ ଷଡଙ୍ଗୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ପୁଣିଥରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପରିକ୍ରମା ପ୍ରକଳ୍ପକୁ ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର‌୍ୟ୍ୟ ପ୍ରସଙ୍ଗ। ଜଗଦଗୁରୁ ଶଙ୍କରାଚାର‌୍ୟ୍ୟଙ୍କ ନିଷ୍ପତ୍ତି ସର୍ବମାନ୍ୟ। ଏହି ମାମଲାର ଖୋଳତାଡ଼ କରିବା ଆବଶ୍ୟକ ନାହିଁ। ଶ୍ରୀମନ୍ଦିର ଚାରି ପାଖରେ ଚାଲିଥିବା ପ୍ରକଳ୍ପ ନିର୍ମାଣ କାର‌୍ୟ୍ୟ ଆଗାମୀ ରଥଯାତ୍ରା ଭିତରେ ସାରିବା ନେଇ ମତବ୍ୟକ୍ତ କରିଛନ୍ତି ପୁରୀ ବିଧ୍ୟାୟକ ଜୟନ୍ତ ଷଡଙ୍ଗୀ। ସେପଟେ ପ୍ରତି ବିବାଦର ସମାଧାନର ରାସ୍ତା ରହିଛି ଜଗଦଗୁରୁଙ୍କ ନିକଟରେ।

ଯେଭଳି ମାଷ୍ଟର କ୍ୟାଂଟିନରେ ଘୋଡ଼ାକୁ ନେଇ ବିବାଦ ରହିଥିଲା ହେଲେ ଘୋଡ଼ା ରହିଲା ବିବାଦର ସମାଧାନ ହେଲା। ସେହିଭଳି ଆବଶ୍ୟକ ସ୍ଥଳେ ଆଇନ୍‌ର ବି ପରିବର୍ତ୍ତନ ହୋଇପାରିବ। ସମସ୍ତଙ୍କ ସହଯୋଗ ଓ ସମନ୍ଵୟରେ କାର‌୍ୟ୍ୟ ହେଉ। ବର୍ତ୍ତମାନ ସମୟରେ ଏହାର ଆବଶ୍ୟକତା ରହିଛି। ଗୁରୁଜୀଙ୍କ ପରାମର୍ଶରେ ସମସ୍ତ ବିବାଦର ସମାଧାନ ସହ ଏହି ଆଲୋଚନାରେ ପୂର୍ଣଛେଦ ପଡିଯିବ ବୋଲି ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।