Odia News Portal

ଆଜି ଓଡ଼ିିଶା ଆସିବେ ଜେପି ନଡ୍ଡା

ଦୁଇ ଦିନିଆ ଓଡ଼ିିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଗୁରୁବାର ସେ ପୂର୍ବାହ୍ନ ୧୦ଟାରେ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଉ୍‌ଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା କରାଯିବ । ତାପରେ ଏକ ବାଇକ୍ ରାଲି କରି ତାଙ୍କୁ ଜନତା ମୈଦାନକୁ ପାଛୋଟି ନିଆଯିବ । ସେଠାରେ ଶ୍ରୀ ନଡ୍ଡା ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତ୍ତା ସମାବେଶରେ ଠିକ ମଧ୍ୟାହ୍ନ ୧୨.୧୫ରେ ପହଞ୍ଚି ଉପସ୍ଥିତ ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ । ରାତି ୮ଟାରେ ସେ ପୁରୀ ଯାଇ ରାତ୍ରି ଯାପନ କରିବେ । ୩୦ ତାରିଖ ସକାଳେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ।

ପୁରୀରୁ ସିଧାସଳଖ ଭଦ୍ରକ ଜିଲ୍ଲା ତିହିଡ଼ିି ଗସ୍ତ କରି ଶ୍ରୀ ନଡ୍ଡା ଦିବଂଗତ ବିରୋଧୀ ଦଳ ଉପନେତା ସ୍ୱର୍ଗତଃ ବିଷ୍ଣୁ ଚରଣ ସେଠୀଙ୍କ ପରିବାରକୁ ଭେଟିବା ସହ ସେଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବେ । ନଡ୍ଡାଙ୍କ ସହ ଏହି ସମ୍ମିଳନୀରେ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବି ଏଲ୍ ସନ୍ତୋଷ ଏବଂ ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ ଏବଂ କେନ୍ଦ୍ରମନ୍ତ୍ରୀମାନେ ସାମିଲ ରହିବେ ବୋଲି ଜଣାପଡ଼ିଛି । ଧାମନଗରରେ ବିଜେପିର ରାଜ୍ୟ ନେତୃବୃନ୍ଦ ଓ କର୍ମୀମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ସଭାକୁ ପାଛୋଟି ନେବେ । ଏନେଇ ବିଜେପି ପକ୍ଷରୁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି ।