Odia News Portal

ପୋଲିସ ଓ ବିଜେପି ମହିଳା ମୋର୍ଚ୍ଚା ଧସ୍ତାଧସ୍ତି

ଭୁବନେଶ୍ୱର: ନୟାଗଡ ପରୀ ହତ୍ୟା ପ୍ରସଙ୍ଗରେ ଆଜି ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବଙ୍କୁ ଭେଟିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଦସ୍ୟ । ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ସହ ୩ ଜଣ ସଦସ୍ୟଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା । ତେବେ ବିଜେପି ମହିଳା ମୋର୍ଚ୍ଚାର ଅନ୍ୟ ସଦସ୍ୟମାନେ ମୁଖ୍ୟ ସଚିବଙ୍କୁ ଦେଖା କରିବା ଉଦେଶ୍ୟରେ ଲୋକସେବା ଭବନକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେମାନଙ୍କର ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା । ପୁଲିସ ସେମାନଙ୍କୁ ଅଟକ ରଖିଛି।