Odia News Portal

ପରୀ ମାମଲା ଗଲା ଚିଲଡ୍ରେନ୍‌ କୋର୍ଟ

ନୟାଗଡ଼: ବହୁ ଚର୍ଚ୍ଚିତ ଯଦୁପୁର ପରୀ ହତ୍ୟା ମାମଲା ଗଲା ଚିଲଡ୍ରେନ୍‌ କୋର୍ଟ । ହତ୍ୟା ମାମଲା ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ଚିଲଡ୍ରେନ୍‌ କୋର୍ଟକୁ ସ୍ଥାନାନ୍ତରିତ କରାଯାଇଛି |ପରୀ ହତ୍ୟା ଅଭିଯୁକ୍ତ ୧୬ ବର୍ଷରୁ ଅଧିକ ଓ ୧୮ ବର୍ଷରୁ କମ୍‌ ହୋଇଥିବାରୁ ମାମଲା ଚିଲଡ୍ରେନ୍‌ କୋର୍ଟକୁ ସ୍ଥାନାନ୍ତର କରାଯାଇଛି । ତେବେ ଏହି ମାମଲା ଜୁଭେନାଇଲ ଜଷ୍ଟିସ ବୋର୍ଡ ବଦଳରେ ନୟାଗଡ଼ ଚିଲଡ୍ରେନ୍‌ କୋର୍ଟରେ ଶୁଣାଣି ହେବ।

ଅନ୍ୟପକ୍ଷେ ନୟାଗଡ଼ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରେ ଆଜି ଚତୁର୍ଥ ଥର ପାଇଁ ହାଜର ହୋଇଥିଲା ଅଭିଯୁକ୍ତ ସରୋଜ ସେଠୀ । ଆଜି ତାକୁ ଅନୁଗୋଳ ବାଳ ସୁଧାର ଗୃହରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରିଛନ୍ତି ଜେଲ କର୍ତ୍ତୃପକ୍ଷ। ଏସ୍‌ଆଇଟି ପକ୍ଷରୁ ଅଭିଯୁକ୍ତ ନାବାଳକର ଏଲ୍‌ଭିଏ ଲୋୟର ଭଏସ୍‌ ଅନାଲିସିସ ଟେଷ୍ଟ ପାଇଁ ଆବେଦନ ହୋଇଥିଲା। ହେଲେ ମାମଲା ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରୁ ଚିଲଡ୍ରେନ୍‌ କୋର୍ଟକୁ ସ୍ଥାନାନ୍ତରିତ ହୋଇଯାଇଥିଲା |