Odia News Portal

କଂଗ୍ରେସ ଛାଡ଼ିଲେ କପିଲ ସିବଲ

କଂଗ୍ରେସକୁ ପୁଣି ଏକ ବଡ଼ ଝଟକା । ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କପିଲ ସିବଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସମାଜବାଦୀ ପାର୍ଟି ପ୍ରାର୍ଥୀ ଭାବେ ରାଜ୍ୟସଭା ନିର୍ବାଚନ ପାଇଁ ବୁଧବାର ନାମାଙ୍କନ ପତ୍ର ଦାଖଲ କରିବା ପରେ ସେ ଏହା ସ୍ପଷ୍ଟ କରିଛନ୍ତି । ସିବଲ କହିଛନ୍ତି ଯେ ସେ ମେ ୧୬ରେ କଂଗ୍ରେସ ଦଳରୁ ଇସ୍ତଫା ଦେଇସାରିଛନ୍ତି ।

କପିଲ ସିବଲ କହିଛନ୍ତି ଯେ ସେ ବିରୋଧୀ ଦଳରେ ରହି ଏକ ମେଣ୍ଟ ଗଠନ କରିବାକୁ ଚାହୁଁଛନ୍ତି ଯାହା ଦ୍ଵାରା ମୋଦୀ ସରକାରର ମୁକାବିଲା କରାଯାଇ ପାରିବ।

କପିଲ ସିବଲ କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ ଜି -୨୩ ର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ସେ ବହୁତ୍ କଂଗ୍ରେସ ନେତୃତ୍ବକୁ ସମାଲୋଚନା କରି ଦଳର ସାଂଗଠନିକ ପରିବର୍ତ୍ତନ ପାଇଁ ଦାବି କରିଥିଲେ ।

ନିକଟରେ ଭେଟେରାନ ନେତା ସୁନୀଲ ଜାଖରଙ୍କ ସହ ହାର୍ଦ୍ଦିକ ପଟେଲ କଂଗ୍ରେସ ଛାଡିଥିଲେ। ଏବେ କପିଳ ସିବଲଙ୍କ ଇସ୍ତଫା ପରେ ଦଳକୁ ଶକ୍ତ ଧକ୍କା ଲାଗିଛି ।