Odia News Portal

ଏକ ବିରଳ ପ୍ରଜାତିର କଉଆ ମାଛ,କିଲୋ ପିଛା ୨୬୦୦ ଟଙ୍କାରେ ହେଲା ବିକ୍ରି

ରାଜକନିକା ବ୍ଲକ୍‌ ଦେଇ ବହି ଯାଇଥିବା ବୈତରଣୀ ନଦୀର ଖୁଣ୍ଟା ଯୋରରୁ ଜଣେ ଧୀବର ଏକ ବିରଳ ପ୍ରଜାତିର କଉଆ ମାଛ ଜାଲ ପକାଇ ଧରିଛନ୍ତି । ଏହି ମାଛର ଓଜନ ପ୍ରାୟ ୪ କିଲୋ ଥିବା ଜଣାପଡ଼ିଛି । ସଂପୃକ୍ତ ଧୀବର ଏହି ମାଛଟିକୁ କିଲୋ ପ୍ରତି ୨୬୦୦ ଟଙ୍କା ହିସାବରେ ଛନ୍ଦିନୀପାଳ ଅଡ଼ତକୁ ବିକ୍ରି କରିଥିବା ସୂଚନା ମିିଳିଛି।