Odia News Portal

ଆଜି ବିଜେପି ଓ କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ

କନ୍ଧମାଳ: ଆଜି କନ୍ଧମାଳ ବନ୍ଦ। ଅଷ୍ଟମ ଶ୍ରେଣୀ ଛାତ୍ରୀ ମାଆ ହେବା ଘଟଣାକୁ ପ୍ରତିବାଦ କରି ବିଜେପି ଓ କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲାପାଳଙ୍କ ବଦଳି ସହ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିଲମ୍ବନ ଦାବି କରୁଛି ବିଜେପି। ପୀଡ଼ିତାଙ୍କ ପରିବାରଙ୍କୁ ସୁରକ୍ଷା ସହ ୫୦ ଲକ୍ଷ କ୍ଷତିପୂରଣ ଦାବି କରୁଛି ଦଳ। ସେହିପରି କନ୍ଧମାଳ ସୁରକ୍ଷା ଅଭିଯାନ ୭ ଦଫା ଦାବିରେ ୧୨ ଘଣ୍ଟା ବନ୍ଦ ଡାକରା ଦେଇଛି। ସକାଳୁ ସକାଳୁ କର୍ମୀମାନେ ପିକେଟିଂ କରି ରାସ୍ତାରୋକ କରିଛନ୍ତି। ଦୋକାନ, ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ବନ୍ଦ ରହିଛି। ବନ୍ଦକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।