Odia News Portal

ଚାଲିଛି ପ୍ରସିଦ୍ଧ ଖଣ୍ଡଗିରି ମେଳା

ଚାଲିଛି ପ୍ରସିଦ୍ଧ ଖଣ୍ଡଗିରି ମେଳା । ୧୦ଦିନ ଧରି ମେଳା ଚାଲିବାକୁ ଥିବାବେଳେ କଟକଣା ଯୋଗୁ ଏଥର ସାଧୁଙ୍କ ସଂଖ୍ୟା ହ୍ରାସ ପାଇଛି । ମେଳାରେ ଶ୍ରଦ୍ଧାଳୁଙ୍କ ଉପରେ ଲାଗିଛି ରୋକ୍ । ପ୍ରତିବର୍ଷ ସପ୍ତମୀଠାରୁ ପୂର୍ଣ୍ଣିମା ପର୍ୟ୍ୟନ୍ତ ମେଳା ଆୟୋଜିତ ହେଉଥିବାବେଳେ, ଚଳିତବର୍ଷ ୧୦ଦିନ ଧରି ଅର୍ଥାତ୍ ୧୬ତାରିଖ ପର୍ୟ୍ୟନ୍ତ ଚାଲିବ । ଖଣ୍ଡଗିରି ପାହାଡ ପାଦଦେଶରେ ହୋମ, ଯଜ୍ଞ, ଧ୍ୟାନ ଓ ଭାଗବତ ଚର୍ଚ୍ଚାର ଆୟୋଜନ ଫଳରେ ଏଠାରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଡାକ୍ତର ବାବା, ପାଇଲଟ ବାବା, ଷ୍ଟାଣ୍ଡିଂ ବାବାଙ୍କ ସମେତ ରାଜ୍ୟ ଭିତରୁ ମଧ୍ୟ ବିଭିନ୍ନ ଆଖାଡାରୁ ସାଧୁସନ୍ଥଙ୍କ ସମାଗମ ହେଉଛି । ବାବାମାନେ ନିଜ ତପସ୍ୟା ବଳରେ ତଥା ବିଭୁତି ଓ ଭଷ୍ମ ଜରିଆରେ ବିଭିନ୍ନ ରୋଗ ଭଲ କରୁଥିବା ଦାବି କରୁଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହେଉଛି ।