Odia News Portal

ଅଷ୍ଟ୍ରେଲିଆନ ଓପନରେ ଜୋକୋଭିକ୍ ଯାଦୁ

ମେଲବର୍ଣ୍ଣ : ଅଷ୍ଟ୍ରେଲିଆନ ଓପନରେ ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳି ନୋଭାକ ଜୋକୋଭିକ୍ ଯାଦୁ ଜାରି ରହିଛି । ରବିବାର ଅଷ୍ଟ୍ରେଲିଆ ଓପନର ଏକକ ବର୍ଗରେ ସେ ଚମ୍ପିଆନ ହୋଇଛନ୍ତି। ଫାଇନାଲରେ ସେ ଦାନିଲ ମେଦଭେଦେଭଙ୍କୁ ୭-୫, ୬-୨, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ଏହା ତାଙ୍କର ରେକର୍ଡ ନବମ ଅଷ୍ଟ୍ରେଲିଆ ଓପନ ଟାଇଟଲ୍। ଏଥିସହ ସେ ଏହାକୁ ମିଶାଇ ସେ ୧୮ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍ ହାସଲ କରିଛନ୍ତି। ଅଧିକ ଗ୍ରାଣ୍ଡ ସ୍ଲାମ ପୁରୁଷ ଟେନିସ୍‌ରେ ରୋଜର ଫେଡେରର ଓ ରାଫେଲ ନାଦାଲଙ୍କ ନାମ ରହିଛି। ଉଭୟ ଖେଳାଳି ଏ ପର୍ଯ୍ୟନ୍ତ ୨୦ ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତିଛନ୍ତି। ମେଦଭେଦେଭ ଆମେରିକା ଓପନ ଫାଇନାଲରେ ପରାଜିତ ହୋଇଥିଲେ ଏବଂ ଏବେ ଅଷ୍ଟ୍ରେଲିଆ ଓପନ ଫାଇନାଲରେ ତାଙ୍କୁ ପରାଜୟ ମିଳିଛି।

ଉଲ୍ଲେଖଯୋଗ୍ୟ, ୩୪ ବର୍ଷୀୟ ଜୋକୋଭିକ୍ ଟେନିସ୍‌ରେ ୧୫ ବର୍ଷ ହେବ ନିଜର ଦବଦବା ବଜାୟ ରଖିଥିବା ରେଜର ଫେଡେରର ଓ ନାଦାଲଙ୍କ ସମୟର ଖେଳାଳି। ୨୫ ବର୍ଷୀୟ ମେଦେଭେଦ ବିଶ୍ଵ ଟେନିସ୍‌ରେ ଆଗାମୀ ପିଢିର ଖେଳାଳି। ଫେଡେରର, ନାଦାଲ ଓ ଜୋକୋଭିକ୍ ଗତ ୧୬ରୁ ୧୫ ଗ୍ରାଣ୍ଡ ସ୍ଲାମ୍‌ ଜିତିଛନ୍ତି।

ଜୋକୋଭିକ୍‌ ଅଷ୍ଟ୍ରେଲିଆ ଓପନ ସେମି ଫାଇନାଲ ଓ ଫାଇନାଲରେ ରେକର୍ଡ ୧୮-୦ ରହିଛି। ଯଦି ନାଦାଲଙ୍କୁ ରେଡ୍ କୋର୍ଟର ବାଦଶାହା କୁହାଯାଏ ତେବେ ଜାକୋଭିକ୍‌ଙ୍କୁ ମେଲବର୍ଣ୍ଣ କୋର୍ଟର ଧୂରନ୍ଧର କୁହାଯାଏ।