Odia News Portal

ବିିଜୟରୁ କେକେଆରର ଅଭିଯାନ ଆରମ୍ଭ

ଚେନ୍ନାଇ : ଆଇପିଏଲର ୧୪ତମ ସଂସ୍କରଣରେ କୋଲକାତା ନାଇଟ୍ ରାଇଡର୍ସ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଓପନର ନୀତିଶ ରାଣାଙ୍କ ୮୦ ଏବଂ ରାହୁଲ ତ୍ରିପାଠୀଙ୍କ ୫୩ ରନ ପରେ ବୋଲରଙ୍କ ଭଲ ପ୍ରଦର୍ଶନକୁ ଭିତ୍ତି କରି କେକେଆର ପ୍ରତିପକ୍ଷ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ପରାସ୍ତ କରିଛି । ବିଜୟ ସହ କୋଲକାତା ନିଜର ଅଭିଯାନ ଅ ।ରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି କେକେଆର ୧୮୭ ରନ୍ କରିଥିବାବେଳେ ଜବାବରେ ହାଇଦ୍ରାବାଦ ୧୭୭ ରନ୍ କରିବାକୁ ସମର୍ଥ ହୋଇଥିଲା ।

୧୮୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ସନରାଇଜର୍ସ ହାଇଦ୍ରାବାଦ ୧୦ ରନରେ ଦୁଇ ଓପନର ଡେଭିଡ୍ ୱାର୍ଣ୍ଣର(୩) ଓ ଋଦ୍ଧିମାନ ଶାହା(୭)ଙ୍କ ୱିକେଟ୍ ହରାଇଥିଲା । ଏହା ପରେ ମନୀଷ ପାଣ୍ଡେ ଓ ଜୋନି ବେୟାରଷ୍ଟୋ ଦମଦାର ବ୍ୟାଟିଂ କରି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ । ଦୁଇ ବ୍ୟାଟସମ୍ୟାନ ତୃତୀୟ ୱିକେଟ୍ ପାଇଁ ୯୨ ରନ ଯୋଡି ସ୍କୋରକୁ ୧୦୦ ପାର ପହଞ୍ଚାଇଥିଲେ । ଜୋନି ବେୟାରଷ୍ଟୋଙ୍କୁ ଅ।ଉଟ୍ କରି ପାଟ୍ କମିନ୍ସ ହାଇଦ୍ରାବାଦକୁ ଜୋରଦାର ଝଟକା ଦେଇଥିଲେ । ବେୟାରଷ୍ଟୋ ୪୦ ବଲ୍ରୁ ୫ ଚୌକା ଓ ୩ ଛକା ସହ ୫୫ ରନ କରି ପାଭିଲିୟନ ଫେରିଥିଲେ ।

ମହମ୍ମଦ ନବି ୧୪ ରନ କରି ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ । ଅନ୍ୟପଟେ ମନିଷ ପାଣ୍ଡେ ଅ ।ଇପିଏଲ୍ରେ ୨୦ତମ ଅର୍ଦ୍ଧଶତକ ହାସଲ କରି ସଂଘର୍ଷ ଜାରି ରଖିଥିଲେ। ବିଜୟ ଶଙ୍କର ୧୧ ରନ କରି ଅ ।ଉଟ୍ ହୋଇଥିଲେ ।ଶେଷ ମୁହୂର୍ତ୍ତରେ ଅବଦୁଲ ସାମଦ ବିସ୍ଫୋରକ ବ୍ୟାଟିଂ କରି ବିଜ ।ଅ ।ଶା ଉଜ୍ଜିବୀତ ରଖିଥିଲେ । ଶେଷ ଦୁଇ ଓଭରରୁ ଜିତିବାକୁ ୩୮ ରନ ଦରକାର ଥିବା ବେଳେ ୧୯ ତମ ଓଭରରୁ ୧୬ ରନ ସଂଗ୍ରହ ହୋଇଥିଲା । ଅନ୍ତିମ ଓଭରରେ ଜିତିବାକୁ ୨୨ ରନ ଦରକାର ଥିବା ବେଳେ ହାଇଦ୍ରାବାଦ ୧୨ ରନ କରି ପାରିଥିଲା । ମନୀଷ ପାଣ୍ଡେ ଶେଷ ପର୍ଯ୍ୟନ୍ତ ଲଢି ୪୩ ବଲ୍ରୁ ୨ ଚୌକା ଓ ୩ ଛକା ସହ ୬୧ ରନର ଅପରାଜିତ ଇନିଂସ ଖେଳିଥିଲେ । ସମାଦ ୮ ବଲ୍ରୁ ୨ ଛକା ସହ ୧୯ ରନ କରିଥିଲେ । ହାଇଦ୍ରାବାଦ ୫ ୱିକେଟ୍ ହରାଇ ୧୭୭ ରନରେ ସୀମିତ ରହିଥିଲା । କେକେଅ ।ର ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୨ଟି ୱ୍ିକେଟ୍ ନେଇଥିବା ବେଳେ ସାକିବ ଉଲ ହାସନ, ପାଟ୍ କମିନ୍ସ ଓ ରସେଲ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।


ପ୍ରଥମେ ବ୍ୟାଟିଂ କରି କୋଲକାତା ନୀତିଶ ରାଣାଙ୍କ ୫୬ ବଲରୁ ୯ ଚୌକା, ୪ ଛକା ସହ ୮୦ ଏବଂ ରାହୁଲ ତ୍ରିପାଠୀଙ୍କ ୨୯ ବଲରୁ ୫ ଚୌକା, ୨ ଛକା ସହ ୫୩ ରନ ଜରିଅ ।ରେ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୧୮୭ ରନ କରିଥିଲା । ଦିନେଶ କାର୍ତ୍ତିକ ୯ ବଲରୁ ୨୨ ରନ୍ କରିଥିଲେ । ବିସ୍ପୋରକ ବ୍ୟାଟ୍ସମ୍ୟାନ୍ ରସେଲ ମାତ୍ର ୫ ରନ, ଶୁଭମନ ଗିଲ୍ ୧୫, ମୋର୍ଗାନ୍ ୨ ରନ୍ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ରସିଦ୍ ଖାନ୍ ୨ ୱିକେଟ ନେଇଥିଲେ ।