Odia News Portal

ସୁରକ୍ଷିତ ସୂର୍ଯ୍ୟର୍ ମନ୍ଦିର

କୋଣାର୍କ ମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି କେନ୍ଦ୍ର ସସ୍କୃତି ମନ୍ତ୍ରୀ ମହେଶ ଶର୍ମା କହିଛନ୍ତି । ଆଜି ଦିଲ୍ଲୀ ଠାରେ କୋଣାର୍କ ମନ୍ଦିରର ସୁରକ୍ଷା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁÂିତ ହୋଇଥିଲା । ବୈଠକ ଶେଷରେ ମନ୍ତ୍ରୀ ଏହି ସୂଚନା ଦେଇଥିଲେ । ସେ କହିଥିଲେ ଯେ ଏ ସମ୍ପର୍କରେ ଆସନ୍ତା ଡିସେମ୍ବର ୧୦ ତାରିଖରେ ଆଉ ଏକ ବୈଠକ ଭୁବନେଶ୍ୱର ଠାରେ ଅନୁÂିତ ହେବ । ଏହି ବୈଠକରେ କେନ୍ଦ୍ର ସସ୍କୃତି ମନ୍ତ୍ରାଳୟ ରାଜ୍ୟ ସରକାରଙ୍କ ପ୍ରତିନିଧି ଏବଂ ଏଏସଆଇ କର୍ତୃପକ୍ଷ ଯୋଗ ଦେବେ । କୋଣାର୍କ ମନ୍ଦିରର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦିଗରେ ଆଉ କି ପ୍ରକାର ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ନିଷ୍ପତି ନିଆଯିବ ।