Odia News Portal

୪ କ୍ବିଣ୍ଟାଲ ୫୮ କିଲୋଗ୍ରାମ ଗଞ୍ଜେଇ ଜବତ

ଲମତାପୁଟ : କୋରାପୁଟ ଲମତାପୁଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ପାଟ୍ରୋଲିଂ ବେଳେ ୪ କ୍ବିଣ୍ଟାଲ ୫୮ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ଲମତାପୁଟ ମାଛକୁଣ୍ଡ ପୋଲିସ । ଗଞ୍ଜେଇ ଭର୍ତ୍ତି ମିନି ଭ୍ୟାନକୁ ଜବତ କରିଛି ପୋଲିସ । ଘଟଣାସ୍ଥଳରେ ଗାଡି ଛାଡି ଦୁଇ ଜଣ ଫେରାର ହୋଇଯାଇଛନ୍ତି ।

ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିଲା । ଜବତ ଗଞ୍ଜେଇର ବଜାର ମୂଲ୍ୟ ୨୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୋଲିସ ସୂଚନାରୁ ଜଣାପଡିଛି । ଗଞ୍ଜେଇ ଚୋରା ଚାଲାଣରେ ସ୍ଥାନୀୟ ଯୁବକ ସଂପୃକ୍ତ ଥିବା ନେଇ ପୋଲିସ ତଦନ୍ତ କରୁଛି । ଲମତାପୁଟ ଅଞ୍ଚଳ ଏବେ ଗଞ୍ଜେଇ ମାଫିଆଙ୍କ ଆଡ୍ଡା ପାଲଟିଛି ।