Odia News Portal

ଏଲଏସିରେ ସ୍ଥିତି ଖୁବ୍ ଗମ୍ଭୀର : ସେନାମୁଖ୍ୟ ଏମ.ଏମ ନରବଣେ

ନୂଆଦିଲ୍ଲୀ : ଭାରତ ଓ ଚୀନ୍ ମଧ୍ୟରେ ଜାରି ରହିଛି ଉତ୍ତେଜନା।ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (LAC)ରେ ଭାରତ-ଚୀନ୍ ସେନା ଭିତରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ଏକ ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ଦୁଇ ଦିନିଆ ଲଦାଖ ଗସ୍ତରେ ଅଛନ୍ତି, ଯେଉଁଠି ସେ ସମସ୍ତ ପ୍ର ​ସ୍ତୁତିର ସମୀକ୍ଷା କରୁଛନ୍ତି। ଆଜି ଗଣମାଧ୍ୟମକୁ ସୂଚନା ଦେଇ ଜେନେରାଲ ନରବଣେ କହିଛନ୍ତି , ଏଲଏସିରେ ପରିସ୍ଥିତି ଖୁବ୍ ସମ୍ବେଦନଶୀଳ ଓ ଗମ୍ଭୀର ରହିଛି।

ବର୍ତ୍ତମାନ ଏଲଏସିର ସ୍ଥିତି ଗମ୍ଭୀର, କିନ୍ତୁ ଆମେ ଏହା ବିଷୟରେ ଲଗାତାର ବିଚାରବିମର୍ଷ କରୁଛୁ। ଆମର ସୁରକ୍ଷା ପାଇଁ ଆମେ କିଛି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛୁ। ମୁଁ ଆଶା କରୁଛି ଆମେ ଯେଉଁ ଭଳି ପ୍ରସ୍ତୁତି କରିଛୁ ତାହା ଆମର ସୁରକ୍ଷା ବଜାୟ ରଖିବା। ଗତକାଲି ଲେହରେ ପହଞ୍ଚିବା ପରେ ମୁଁ ବିଭିନ୍ନ ସ୍ଥାନରେ ଅଧିକାରୀଙ୍କ ସହ କଥା ହୋଇ ପରିସ୍ଥିତିକୁ ଅନୁଧ୍ୟାନ କରିଥିଲି।ସୈନିକମାନଙ୍କର ମନୋବଳ ଖୁବ୍ ଦୃଢସେମାନେ ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତି ଓ ଚ୍ୟାଲେଞ୍ଜକୁ ସାମନା କରିବାକୁ ପ୍ରସ୍ତୁତ। ମୁଁ ନିଶ୍ଚିତ ଭାବେ କହିପାରିବି ଯେ, ଆମର ଯବାନ ନା କେବଳ ଭାରତୀୟ ସେନା ବଂର ଦେଶର ନାଁ ମଦ୍ୟ ଉଜ୍ଳଳ କରିବେ।

ଉ​ଲ୍ଲେଖନୀୟ ଯେ, ସୀମାନ୍ତରେ ଚୀନ୍ ସହିତ ବିବାଦ ମଧ୍ୟରେ ଅପରେସନ୍ ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ଦୁଇ ଦିନିଆ ଲଦାଖ ଗସ୍ତରେ ଅଛନ୍ତି। ଗୁରୁବାର ସକାଳେ ସେ ଲେହରେ ପହଞ୍ଚି ସେଠାରେ ଉପସ୍ଥିତ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।