Odia News Portal

ଉତ୍କଳ ବିଶ୍ୱବିଦ୍ୟାଳୟ ଫାଟକ ଆଗରେ ଆଇନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଫାଟକ ଆଗରେ ଆଇନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ୬ମାସରେ ୪ଟି ସେମିଷ୍ଟରର ଅଫଲାଇନ ପରୀକ୍ଷା କରାଇବା ନିଷ୍ପତ୍ତିକୁ ବିରୋଧ କରି ଛାତ୍ରଛାତ୍ରୀମାନେ ବିକ୍ଷୋଭ କରୁଛନ୍ତି । ତେବେ ଏହା ବାର କାଉନ୍ସିଲ ନିୟମର ବିରୋଧାଚରଣ କରୁଛି ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଆସୁଥିବା ୟୁନିଭରସିଟି ଲ କଲେଜ, କ୍ୟାପିଟାଲ ଲ କଲେଜ, ଏମ୍ଏସ୍ ଲ କଲେଜ ଏବଂ ଦି ଲ କଲେଜ ଛାତ୍ରଛାତ୍ରୀମାନେ ଏବି ବିକ୍ଷୋଭରେ ସାମିଲ ହୋଇଛନ୍ତି । ଶିକ୍ଷାର୍ଥୀଙ୍କର ୭, ୮, ୯, ୧୦ ସେମିଷ୍ଟର ଅନଲାଇନ ମୋଡରେ କରିବାକୁ ନେଇ କୁଳପତିଙ୍କ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀମାନେ ଦାବିପତ୍ର ପ୍ରଦାନ କରିଛନ୍ତି । ଏନେଇ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରାନଗଲେ ସେମାନେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି କହିଛନ୍ତି ।