Odia News Portal

ଚିକମିକ ଆଲୁଅରେ ଝଲସୁଛି ଭୁବନେଶ୍ୱର

ଭୁବନେଶ୍ୱର () ହକି ବିଶ୍ୱକପ ପାଇଁ ପ୍ୟାରିସ ଭଳି ସଜେଇ ହଉଛି ଭୁବନେଶ୍ୱର । ହକି ବିଶ୍ୱକପରେ ଦେଶ ବିଦେଶରୁ ଆସୁଥିବା ଖେଳାଳିଙ୍କୁ ସ୍ୱାଗତ ଜଣାଇବାକୁ ରାଜଧାନୀ ଭବନେଶ୍ୱର ସତେଯେମିତି ନୂଆବୋହୁ ଭଳି ଅତିଥୀଙ୍କ ସ୍ୱାଗତ ପାଇଁ ରଙ୍ଗୀନ ଆଲୁଅରେ ଆଲୋକିତ ହୋଇ ଛିଡା ହୋଇଛି ।

ସହରକୁ ସଂଯୋଗ କରୁଥିବା ତିନୋଟି ମୁଖ୍ୟ ଫ୍ଲାଏ ଓଭର ଜୟଦେବ ବିହାର, ଆଚାର୍ଯ୍ୟ ବିହାର ଓ ବନିବିହାରକୁ ରଙ୍ଗୀନ ଏଲଇଡି ଆଲୋକରେ ଆଲୋକିତ କରାଯାଇଛି । ଏଥିସହ ସହରରେ ଥିବା 17ଟି ମନ୍ଦିର, 7ଟି ପାର୍କ ଓ କିଛି ମୁଖ୍ୟ ରାସ୍ତାର ଆଲୋକୀକରଣ କରାଯାଇଛି ।

ଏହିସବୁ ଆଲୋକ ଭାସ୍କର୍ଯ୍ୟ କାମ ସିଏସଆର ଅନୁଦାନରେ କାର୍ଯ୍ୟକାରୀ କରାଯାଉଛି । ଏଲଇଡି ଆଲୋକ ସଜ୍ଜାକୁ ଏସଏଲ ମଇନିଂ, ରୁଙ୍ଗଟା, ଏସଏନ ମହାନ୍ତି ଗ୍ରୁପ ଓ ଏମଜିଏମ ଗ୍ରୁପ ଚାରି ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କରିବେ । 7ଟି ପାର୍କର ଆଲୋକ ଖର୍ଚ୍ଚ ବିଡିଏ ଦ୍ୱାରା ଭରଣା କରାଯିବ । ଫ୍ଲାଏ ଓଭର ଆଲୋକୀକରଣର ରକ୍ଷଣାବେକ୍ଷଣ ଦାୟିତ୍ୱ ବିଏମସି କରିବ ।