Odia News Portal

ସିସିଟିଭିରେ କଏଦ ହେଲା ଲାଇଭ ଲୁଟର ଦୃଶ୍ୟ

କେନ୍ଦ୍ରାପଡ଼ା: ଜନସେବା କେନ୍ଦ୍ରରେ ପଶିଲେ ବନ୍ଧୁକ ଦେଖାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା । କେନ୍ଦ୍ରାପଡା ସଦର ଥାନା ଚାନ୍ଦୋଳ ହାଟରେ ଥିବା ଜନସେବା କେନ୍ଦ୍ରରୁ ଏହି ଲୁଟ୍ ହୋଇଛି। ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଗତକାଲି ସନ୍ଧ୍ୟାରେ ଦୁଇଜଣ ମହିଳା କର୍ମଚାରୀ କେନ୍ଦ୍ରରେ ଥିବା ବେଳେ ୩ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ନିଜ ଆଧାର କାର୍ଡ କରିବା ନେଇ ପଚରାଉଚରା କରିଥିଲେ। ସେହି ସମୟରେ କେନ୍ଦ୍ରରେ ଅନ୍ୟ କେହି ଗ୍ରାହକ ନଥିବାର ସୁଯୋଗ ନେଇ ୩ ଜଣ ଦୁର୍ବୃତ୍ତ ମହିଳା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ଡ୍ରୟର ରେ ଥିବା ପ୍ରାୟ ୧ ଲକ୍ଷରୁ ଅଧିକ ଟଙ୍କା,୬ଟି ନୂଆ ମୋବାଇଲ ଓ ୪ଟି ପେନ ଡ୍ରାଇଭ ଲୁଟି ନେଇ ଫେରାର ହୋଇଯାଇଛନ୍ତି। ଏନେଇ କର୍ମଚାରୀଙ୍କ ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଛି। ଲୁଟ୍ର ଦୃଶ୍ୟ ସିସି କ୍ୟାମେରାରେ କଏଦ ହୋଇଛି। ସଦର ଥାନା ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।