Odia News Portal

ମହାନଦୀରେ ଆହୁରି କମିବ ଜଳସ୍ତର !

ଛତିଶଗଡକୁ ଦାୟୀ କଲେ ଜଳ ସଂପଦ ମନ୍ତ୍ରୀ

ଭୁବନେଶ୍ୱର: ମହାନଦୀରେ କମିବ ଜଳସ୍ତର । ଗୃହରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ଜଳ ସଂପଦ ମନ୍ତ୍ରୀ । ମହାନଦୀର ଉପର ମୁଣ୍ଡରେ ଛତିଶଗଡ ବ୍ୟାରେଜ କରିଥିବାରୁ ଜଳ ପ୍ରବାହ ଆହୁରି କମିବା ଆଶଙ୍କା ଜାହିର କରିଛନ୍ତି ମନ୍ତ୍ରୀ । ଏଥିସହ ମନ୍ତ୍ରୀ ରଘୁନନ୍ଦନ ଦାଶ ଆଗାମୀ ବର୍ଷରେ ମହାନଦୀରେ ଆହୁର ଜଳ ପ୍ରବାହ କମିବ ବୋଲି ବିଧାନସଭା ଗୃହରେ ସ୍ୱୀକାର କରିଛନ୍ତି ।

ଅଣମୌସୁମୀ କାଳରେ ଚଳିତ ବର୍ଷ ଜଳ ପ୍ରବାହ କମିଛି । ଛତିଶଗଡ ମହାନଦୀର ଉପରମୁଣ୍ଡରେ ବ୍ୟାରେଜ କରିଥିବାରୁ କ୍ରମାଗତ ଭାବେ ଜଳ ପ୍ରବାହ କମୁଛି । ଗୋଟିଏ ପଟେ ଛତିଶଗଡ ମହାନଦୀରେ ଭରପୁର ଜଳ ରହୁଥିବା ବେଳେ ଓଡିଶାକୁ ଆସିଥିବା ମହାନୀଦରେ ଜଳଧାରା କମି କମି ଆସୁଛି । ଏସମସ୍ତ କଥା ଟ୍ରିବ୍ୟୁନାଲରେ ବିଚାରଧୀନ ରହିଛି ବୋଲି କହିଛନ୍ତି ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାଶ ।