Odia News Portal

ଅପରାଜିତାଙ୍କୁ ଆଇନା ଦେଖାଇଲେ ମାନସ ମଙ୍ଗରାଜ

ବାଇ-ଲ ପ୍ରସଙ୍ଗକୁ ନେଇ ବକ୍ତବ୍ୟ ରଖିଛନ୍ତି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ । ସିଧାସଳଖ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଜବାବ ଦେଇ ସେ କହିଛନ୍ତି, ସେ ନିଜେ ଜଣେ ଆଇଏଏସ ଅଫିସର ନୁହଁନ୍ତି ଏବଂ ସେ କୌଣସି ଗବେଷଣା କରିନାହାଁନ୍ତି । କିନ୍ତୁ ସେ ଜାଣିଛନ୍ତି ଭାରତ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ କୋଲକାତା ଠାରେ ଥିବା ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ହେଉଛନ୍ତି ଐତିହ୍ୟ ବାଇ-ଲ ଚିଠା ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ ।ଏଥିସହିତ ତାଙ୍କର ବକ୍ତବ୍ୟକୁ ଯେଭଳି ଭୁଲ ଭାବେ ଦର୍ଶାଯାଇଛି ତାହା ତାଙ୍କୁ ବ୍ୟଥିତ କରିଛି ବୋଲି ସେ କହିଛନ୍ତି ।

ସେ ନିର୍ଦ୍ଧିଷ୍ଟ ଭାବେ ଦର୍ଶାଇଥିଲେ ଯେ, କୋଲକାତା ଠାରେ ଥିବା ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକ ହେଉଛନ୍ତି ଚିଠା ଐତିହ୍ୟ ବାଇ-ଲ ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ, ଯାହାକି ବର୍ତ୍ତମାନ ପ୍ରଶ୍ନବାଚୀ । ଏଥିସହିତ ସଂସ୍କୃତି ନିର୍ଦ୍ଦେଶକ ବାଇ-ଲ ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ ନୁହଁନ୍ତି । ପୂରାତନ କିର୍ତ୍ତୀରାଜି ଓ ଐତିହ୍ୟ ସ୍ଥଳୀ (ଆମସାର ଆଇନ) ୧୯୫୮ର ଧାରା ୨୦ ଉପଧାରା (ଇ) ଅନୁସାରେ କୋଲକାତାସ୍ଥିତ ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକ ହିଁ ଐତିହ୍ୟ ଚିଠା ବାଇ-ଲ ପ୍ରସ୍ତୁତ କରିବା ପାଇଁ ଅଧିକୃତ କର୍ତ୍ତୃପକ୍ଷ ।କୋଲକାତା ଠାରେ ଥିବା ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ଓଡିଶାର ମନ୍ଦିର ପାଇଁ ଐତିହ୍ୟ ବାଇ-ଲ ପ୍ରସ୍ତାବ ପଠାଇଛନ୍ତି ବୋଲି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ବକ୍ତବ୍ୟ ଦେଇଛନ୍ତି ।

ମାନସ ମଙ୍ଗରାଜ କହିଛନ୍ତି, ମୁଁ ଆପଣଙ୍କ ଭଳି ଜଣେ ଆଇଏଏସ୍‌ ଅଫିସର ନୁହେଁ । ମୁଁ ଆପଣଙ୍କ ଭଳି କୌଣସି ଗବେଷଣା କରିନାହିଁ । କିନ୍ତୁ ମୁଁ ଜାଣିଛି ଯେ କୌଣସି ବ୍ୟକ୍ତି ୫ ମିନିଟ୍‌ରେ ଏହା ପଢି ଜାଣିପାରିବ ଯେ ଭାରତ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ କୋଲକାତା ଠାରେ ଥିବା ଏଏସ୍‌ଆଇର ଆଞ୍ଚଳିକ ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ହିଁ ବାଇ-ଲ’ ପ୍ରସ୍ତୁତ କରିବାକୁ ଅଧିକୃତ କର୍ତ୍ତୃପକ୍ଷ । ତେବେ ତାଙ୍କ ବିବୃତ୍ତିକୁ ଅପରାଜିତା ବିଭ୍ରାନ୍ତିକର କରିବା ନେଇ ସେ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି । ଐତିହ୍ୟ ଚିଠା ବାଇ-ଲ’ ପ୍ରସ୍ତୁତ କରିବା ପାଇଁ ସଂସ୍କୃତି ନିର୍ଦ୍ଦେଶକ ଅଧିକୃତ କର୍ତ୍ତୃପକ୍ଷ ନୁହଁନ୍ତି । କୋଲକାତା ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକ ଓଡ଼ିଶାର ପୁରାତନ ମନ୍ଦିର ପାଇଁ ଐତିହ୍ୟ ବାଇ-ଲ’ ଚିଠା ପ୍ରସ୍ତାବ ପଠାଇଥିଲେ ।

ଅନ୍ୟପଟେ ଯେହେତୁ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଓଡିଶାର ସଂସ୍କୃତି ବିଷୟରେ ଅବଗତ ନୁହନ୍ତି, ତେଣୁ ଧାର୍ମିକ ଭାବନା ସହିତ ଜଡିତ ବିଗ୍ରହ, ସେବାୟତ ଏବଂ ଭକ୍ତଙ୍କର ଯେଉଁ ସମ୍ପର୍କ ରହିଛି ତାହା ବୁଝିବା ତାଙ୍କ ପକ୍ଷେ କଷ୍ଟକର । ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବୋଧହୁଏ ଭଲଭାବେ ଏହି ସ୍ପର୍ଶକାତର ପ୍ରସଙ୍ଗକୁ ବୁଝିପାରିଛନ୍ତି । ଅନେକ ଦିନ ଧରି ଅପରାଜିତା ପ୍ରଶାସନିକ ଅଧିକାରୀ ଭାବେ କାମ କରିଛନ୍ତି ।ଯାହା ଜଣାପଡୁଛି ଆପଣ ଆମସର ଆଇନ୍‌କୁ ଠିକଣା ଭାବେ ପଢିନାହାନ୍ତି କିମ୍ବା ଜାଣିଶୁଣି ମନଗଢା କଥା କହୁଛନ୍ତି । ତେଣୁ ସବୁଠାରୁ ଭଲ ହେବ ସେ ଆମସର ଆଇନକୁ ପଢି ତାଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ ଏବଂ ମିଥ୍ୟା ତଥ୍ୟ ଉପସ୍ଥାପନ କରି ଓଡିଆ ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି ମାନସ କହିଛନ୍ତି ।