Odia News Portal

ମାନସ ଦାସଙ୍କୁ ଉଠାଇ ନେଲା ଖୋର୍ଦ୍ଧା ପୋଲିସ

ଖୋର୍ଦ୍ଧା: ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କୁ ଉଠାଇ ନେଲା ଖୋର୍ଦ୍ଧା ପୋଲିସ । ହତ୍ୟା ଉଦ୍ୟମ, ଧମକ ଦେବା ଭଳି ଅନେକ ସଙ୍ଗୀନ ଅଭିଯୋଗ ତାଙ୍କ ବିରୋଧରେ ଆସିଛି । ତେବେ ତାଙ୍କୁ ଖୋର୍ଦ୍ଧା ପୋଲିସ ଘରୁ ଉଠାଇ ନେଇଛି । ତାଙ୍କୁ ପୋଲିସ ଗିରଫ କରିଥିବା କୁହାଯାଉଛି । ଖୋର୍ଦ୍ଧାରେ ବାପ ପୁଅଙ୍କୁ ମାଡ଼ ମାରିବା ଅଭିଯୋଗ ହେବା ପରେ ମାନଓ ଦାସଙ୍କ ଗୋଟିଏ ପରେ ଗୋଟିଏ ତଥ୍ୟ ସମାନାକୁ ଆସୁଛି । ତେବେ ମାନସ ଦାସ ଗିରଫ ହୋଇଥିବା କୁହାଯାଉଛି ।