Odia News Portal

ବିଜେଡି ବିଜୟ ପରେ ପିପିଲି ବାସୀଙ୍କୁ ଧନ୍ଯବାଦ ଜଣାଇଲେ ମାନସ ମଙ୍ଗରାଜ

ଭୁବନେଶ୍ୱର: ପୁଣି ଏକ ଉପ-ନିର୍ବାଚନ ଜିତିଛି ବିଜୁ ଜନତା ଦଳ(ବିଜେଡି) । ଅକ୍ଷୁର୍ଣ୍ଣ ରହିଛି ବିଜେଡି ଓ ନବୀନଙ୍କ ଲୋକପ୍ରିୟତା । ଆଉ ଚିତପଟାଙ୍ଗ୍ ମାରିଛନ୍ତି ବିରୋଧୀ । ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ସ୍ୱର୍ଗୀୟ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ମହାରଥୀ । ମୋଟ ୯୬ହଜାର ୩୯୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି ରୁଦ୍ର । ଏହି ପ୍ରରିପ୍ରେକ୍ଷୀରେ ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ତଥା ବିଜେଡି ସାଂଗଠନିକ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ।

ଟ୍ୱିଟ୍ ଯୋଗେ ସେ ପିପିଲି ଜନସାଧରଣଙ୍କୁ ଧନ୍ୟବାଦ ଜଣାଇବା ସହ ଲେଖିଛନ୍ତି, ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ବିଜୟୀ କରାଇଥିବାରୁ ପିପିଲିବାସୀ ବହୁତ ବହୁତ ଧନ୍ୟବାଦ । ଓଡ଼ିଶାବାସୀ ଲଗାତାର ଭାବେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ସହଯୋଗ ବଜାୟ ରଖିଛନ୍ତି । ବିଜେପୁର, ତିର୍ତ୍ତୋଲ, ବାଲେଶ୍ୱର ଉପ-ନିର୍ବାଚନ ପରେ ଏବେ ପିପିଲି ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ନବୀନ ପଟ୍ଟନାୟକଙ୍କ ପ୍ରତି ଥିବା ଲୋକଙ୍କ ଜନସମର୍ଥନକୁ ପ୍ରମାଣିତ କରୁଛି ବୋଲି ଶ୍ରୀ ମଙ୍ଗରାଜ ଲେଖିଛନ୍ତି।